ଗିରିଗିରିଆ ଜାତିକୁ ଅନୁସୂଚିତ ଜାତି ବର୍ଗରେ ଅନ୍ତର୍ଭୁକ୍ତ ପ୍ରସଙ୍ଗରେ ଦାୟର ଜନସ୍ୱାର୍ଥ ମାମଲା: କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜବାବ ରଖିବାକୁ ନିର୍ଦ୍ଦେଶ

କଟକ(କେନ୍ୟୁଜ୍): ଗିରିଗିରିଆ ଜାତିକୁ ଅନୁସୂଚିତ ଜାତି ବର୍ଗରେ ଅନ୍ତର୍ଭୁକ୍ତ ପ୍ରସଙ୍ଗକୁ ନେଇ ଦାୟର ଜନସ୍ୱାର୍ଥ ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୮ ସପ୍ତାହ ଭିତରେ ମାମଲାର ଜବାବ ଦାଖଲ ପାଇଁ ହାଇକୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ଆର.କେ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁଧାଂଶୁ ଶେଖର ବେହେରାଙ୍କ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୧କୁ ଧାର୍ଯ୍ୟ କରାଯାଇଛି। ରାଜ୍ୟ ସରକାର ଗିରିଗିରିଆ ଜାତିକୁ ବାରମ୍ବାର ଅନୁସୂଚିତ ଜାତି ବର୍ଗରେ ଅନ୍ତର୍ଭୁକ୍ତ ପାଇଁ ଅନୁମୋଦନ କରୁଛନ୍ତି । ସରକାରଙ୍କ ଅନୁମୋଦନକୁ କେନ୍ଦ୍ର ସରକାର କିନ୍ତୁ ଗ୍ରହଣ କରୁ ନାହାନ୍ତି ।

ଗିରିଗିରିଆ ଜାତିକୁ ଅନୁସୂଚିତ ଜାତି ବର୍ଗରେ ସାମିଲ ପ୍ରସ୍ତାବକୁ କେନ୍ଦ୍ର ସରକାର ଖାରଜ କରୁଛନ୍ତି । ଏଭଳି ନିଷ୍ପତ୍ତିକୁ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା ଦାୟର ହୋଇଥିବା ବେଳେ କୋର୍ଟ ବିଚାର ପାଇଁ ଗ୍ରହଣ କରି ନୋଟିସ ଜାରି କରିଛନ୍ତି ।

Leave A Reply

Your email address will not be published.