ନାବାଳିକା ବଳାତ୍କାରୀକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜରିମାନା

କଟକ(କେନ୍ୟୁଜ)  : ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି । ଜରିମାନା ଅନାଦେୟ ଅଧିକ ୪ ମାସ ଜେଲଦଣ୍ଡ ହେବ । କଟକ ସ୍ୱତନ୍ତ୍ର ପକ୍‌ସୋ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ୧୨ ଜଣ ସାକ୍ଷୀ ଓ ୧୩ଟି ତଥ୍ୟ ପ୍ରମାଣ ଆଧାରରେ ଏହି ଦଣ୍ଡାଦେଶ ଶୁଣାଯାଇଛି ।

ଗତ ୨୦୧୯ ମେ ୨୦ ତାରିଖରେ ଫ୍ରେଣ୍ଡସ କଲୋନୀ ଅଞ୍ଚଳରେ ୫ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଥିଲେ । ଅଭିଯୁକ୍ତ ଢେଙ୍କାନାଳ ଜିଲ୍ଲା ଭୁବନର ୫୧ବର୍ଷୀୟ ପତିତ ବେହେରା ଫ୍ରେଣ୍ଡସ କଲୋନୀ ଅଞ୍ଚଳରେ ଭଡ଼ାରେ ରହୁଥିଲା । ପୀଡିତାଙ୍କୁ ୫ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ରହିଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ଜରିଆରେ ଦିଆଯିବ କ୍ଷତିପୂରଣ ଅର୍ଥ ।

Leave A Reply

Your email address will not be published.