ରାଜ୍ୟ

ଟ୍ରାଫିକରେ ଲୋକଙ୍କ ତୃଷ୍ଣା ମେଣ୍ଟାଉଛନ୍ତି ଏହି ମହିଳା ପୋଲିସ୍‌

ଭୁବନେଶ୍ୱର (କେନ୍ୟୁଜ) : ଭାଇ ପାଣି ପିଇବେ, ମାଉସୀ ପାଣି ଟିକେ ପିଇ ନିଅନ୍ତୁ, ଭଉଣୀ ଖରା ଜୋରରେ ହେଉଛି ଟିକେ ପାଣି ପିଇ ଦିଅନ୍ତୁ । ଏମିତି କହି କହି ଜଣେ ଟ୍ରାଫିକ ଗୃହ ରଖି ଭଉଣି ଉଦିଉଦିଆ ତତଲା ଝାଞ୍ଜି ଖରା ବେଳଟାରେ ବୁଲି ବୁଲି ପାଣି ବାଣ୍ଟୁଥାନ୍ତି । କଥାରେ ଅଛି କଟକ ଚିନ୍ତା ବାଇ ମୁଣ୍ଡିକି, ସେହି ଭଳି ଏକ ପର ପାଇଁ ଚିନ୍ତା କରୁଥିବା ଜଣେ ଚିନ୍ତାଶୀଳ ମଣିଷର ଦୃଶ୍ୟ ସାଉଣ୍ଟୁ ଥିଲା ଆମ କ୍ୟାମେରାରେ । ଏଦୃଶ୍ୟ ମନକୁ ଛୁଇଁଗଲା ଭଳି, ଯାହା ପ୍ରାୟ ଦେଖିବାକୁ ବିରଳ । ଆମେ ଖବର ସଂଗ୍ରହ ଉଦ୍ୟେଶ ରାସ୍ତାରେ ଯିବା ସମୟରେ ଶିରିପୁର ଛକ ନିକଟ ଟ୍ରାଫିକ ପୋଷ୍ଟ ରେ ଅଟକି ଥିଲୁ । ଡହ ଡହ ମୁଣ୍ଡ ଫଟା ଖରା ବେଳଟା । ହଠାତ ଆମ ନଜରକୁ ଆସିଲା ନିଆରା ଦୃଶ୍ୟ । ହତବାକ ହୋଇଗଲା ଆମ ଶବ୍ଦ ।

ପାଦ ଅଟକି ଗଲା ଏଇ ଟ୍ରାଫିକ ପୋଷ୍ଟ ନିକଟରେ । ଘଡିଏ ଚାହିଁ ରହିଲୁ ଆଉ ଗୋଟି ଗୋଟି ଦୃଶ୍ୟକୁ ଧୀରେ ଧୀରେ ସାଉଣ୍ଟୁ ଥିଲୁ କ୍ୟାମେରାରେ । ଦିପହର ସମୟରୁ ଟିକିଏ ପୂର୍ବ ସମୟ ହେବ । ଡହ ଖରାକୁ ଝାଞ୍ଜି ପବନ । ଦେହ ହାତ ମୁହଁ ଝାଞ୍ଜି ପବନ ବାଜି ପୋଡିଗଲା ଭଳି ଅନୁଭୂତ ହେଉଥାଏ । ତାପମାତ୍ରା ପାରଦ ଟପିଲାଣି । ଠିକ ଏହି ସମୟରେ ଏ ଟ୍ରାଫିକ ଗୃହରକ୍ଷୀ ମହିଳା କର୍ମଚାରୀ ଡ୍ରେସ ଉପରେ ଥାଆନ୍ତି । ମୁହଁ ସାରା ଝାଳ, ଝାଞ୍ଜିରେ ସିଝିଯାଇଛି ମୁହଁ । ଦୁଇ ହାତରେ ଦୁଇଟି ପାଣି ବୋତଲ ଧରୀ ରାସ୍ତାରେ ଯାଉଥିବା ବାଟୋଇ ମାନଙ୍କୁ ପାଣି ଯାଚି ଦେଉଥାନ୍ତି ।

ଆମେ ଖରା ପ୍ରକୋପରୁ ଟିକିଏ ତ୍ରାହି ପାଇବା ପାଇଁ ଶିରୀପୁରୁ ଛକ ବରଗଛ ମୂଳରେ ଗାଡି ରଖି ଅଟକି ତାଙ୍କୁ ଦେଖୁଛୁ ଆଉ ଠିକ୍‌ ଏହି ସମୟରେ ସଙ୍ଗେ ସଙ୍ଗେ ଟ୍ରାଫିକ ମହିଳା ଗୃହରକ୍ଷୀ ଭଉଣୀ ଜଣଙ୍କ ପାଖକୁ ଆସି ପହଞ୍ଚି ପଚାରିଲେ । ଭାଇ ପାଣି ପିଇବେ । ଆମେ ମନା କଲା ପରେ ଚାଲିଗଲେ ଆଉ ଜଣଙ୍କ ପାଖକୁ । ଟ୍ରାଫିକ ପୋଷ୍ଟରେ ଯାଉଥିବା ଆସୁଥିବା ବାଟୋଇ ମନେ ଯେତେବେଳେ ଟ୍ରାଫିକ ସିଗନାଲ ବନ୍ଦ ବେଳେ ରହିଯାଆନ୍ତି l ସେହି ସମୟରେ ମୁମୁର୍ଷକୁ ଜୀବନ ଦେଲା ଭଳି ପ୍ରଚଣ୍ଡ ଖରାକୁ ଥଣ୍ଡା ପାଣି ଦି ଠୋପା ଜୀବଦାନ ଦେଲା ଭଳି ଆଶ୍ଵସ୍ଥ ଲାଭ କରନ୍ତି ବାଟୋଇ ମାନେ । ଏଭଳି ସୁନ୍ଦର ପ୍ରଶଂସନୀୟ କାର୍ଯ୍ୟ ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କରୁଥିଲା । ସତରେ ଇଏ ବୋଧେ ବୁଝି ପାରିଛନ୍ତି ବାସ୍ତବରେ ଏ ଝାଞ୍ଜି ପବନ ପ୍ରଚଣ୍ଡ ତାପରେ ମଣିଷ କେମିତି ଅନୁଭବ କରେ ଅବସ୍ଥା କଣ ହୁଏ । ସେଥିପାଇଁ ତ ଏମିତି ମହତ କାମ କରି ସେ କେତେ ଖୁସି ହେଉଛନ୍ତି ।

Pritiparna

Recent Posts

ଅନୁଷ୍ଠିତ ହେଲା ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ସୃଷ୍ଟି ହୋଇଛି ଖୁବ ଭକ୍ତିମୟ ପରିବେଶ

କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ଯେଉଁଠି ବିଶ୍ୱାସ ଅଛି ସେଠି ଭଗବାନ ଅଛନ୍ତି ,…

12 mins ago

ବାରବାଟୀରେ ଖେଳାଯିବ ଓ୍ଵାନ-ଡେ ମ୍ୟାଚ୍‌, ଫେବ୍ରୁଆରୀ ୯ରେ ହେବ ଖେଳ

କେନ୍ୟୁଜ(ବ୍ୟୁରୋ) : ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ଓ୍ଵାନ ଡେ ମ୍ୟାଚ୍‌ । ୨୦୨୫ ଫେବ୍ରୁଆରୀ ୯ ତାରିଖ ରବିବାରରେ ଖେଳାଯିବ…

14 mins ago

୭୫ ବର୍ଷ ବୟସରେ ତିନିଚକିଆ ଗାଡିରେ ଘର ଘର ବୁଲି ପରିବା ବିକୁଛନ୍ତି ଦିବ୍ୟାଙ୍ଗ

ସୋରଡା (କେନ୍ୟୁଜ) : ଏଇ ବୋଧେ ଜୀବନ । ଆଉ ଏ ଜୀବନରେ ଇଏ ବୋଧେ ସଂଘର୍ଷ । ତିନି…

27 mins ago

ତାତି ନେଉଛି ଜୀବନ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ତାତି ନେଉଛି ଜୀବନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବା…

28 mins ago

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

1 hour ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

1 hour ago