ରାଜ୍ୟ

ସ୍ଥଳଭାଗ ଛୁଇଁଲା ଅମ୍ଫାନ୍, ୨ଟାରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ହେଲା ଆରମ୍ଭ, ୪ ଘଣ୍ଟା ଯାଏଁ ରଚିବ ତାଣ୍ଡବ

କେନ୍ୟୁଜ୍ (ବ୍ୟୁରୋ): ଅତି ଭୟଙ୍କର ଭାବେ ସ୍ଥଳଭାଗ ଆଡକୁ ମାଡି ଆସୁଛି ସାମୁଦ୍ରୀକ ବାତ୍ୟା ଅମ୍ଫାନ। ଅପରାହ୍ନ ୨ଟାରୁ ଅମ୍ପାନର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି  ସୂଚନା ଦେଇଛନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର ବିଶ୍ୱାସ। ଏହି ସମୟରେ ପ୍ରବଳ ପବନ ହେଉଥିବା ଦେଖାଯାଉଛି। ବାତ୍ୟାର ବାହ୍ୟ ଅଂଶ ଏବେ ପଶ୍ଚିମବଙ୍ଗରେ ପ୍ରବେଶ କରୁଛି। ପ୍ରାୟ ୪ ଘଣ୍ଟା ଧରି ଏହି ଲ୍ୟାଣ୍ଡଫଲ‌ ଜାରି ରହିବ ବୋଲି ବିଶ୍ୱାସ କହିଛନ୍ତି। ପୂର୍ବ ଆକଳନ ଅନୁସାରେ ସୁନ୍ଦରବନ ଅଞ୍ଚଳରେ ଲ୍ୟାଣ୍ଡଫଲ କରୁଛି ବାତ୍ୟା।

ପୂର୍ବରୁ ୪ଟା ବେଳେ ଲ୍ୟାଣ୍ଡଫଲ୍‌ ନେଇ ପୂର୍ବାନୁମାନ ଥିବା ବେଳେ ଏହା ୨ ଟାରେ ଲ୍ୟାଣ୍ଡଫଲ କରିଛି। ଗଛପତ୍ର ଭାଙ୍ଗିଯିବା ସହିତ ଇଲେକ୍ଟ୍ରିକ୍‌ ତାର ଛିଡ଼ି ଯାଉଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ବତ୍ୟାକୁ ସାମ୍ନା କରିବାକୁ ପଶ୍ଚିମବଙ୍ଗ ସରକାର ପ୍ରସ୍ତୁତ ରହିଥିବାର କହିଛନ୍ତି ।ସାମୁଦ୍ରିକ ବାତ୍ୟା ଅମ୍ଫାନ ଏବେ ଭଦ୍ରକ ଓ ବାଲେଶ୍ବର ଉପକୂଳ ଅତିକ୍ରମ କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳର ସ୍ଥଳଭାଗ ଆଡକୁ ଗତି କରୁଛି।  ଏହା ଏବେ ଦୀଘାଠାରୁ ୧୦୦କିମି ଦୂରରେ ଥିବା ବେଳେ ବାଂଲାଦେଶରୁ ୧୯୫ କିମି ଦୂରରେ ରହିଛି

ଅମ୍ଫାନ ଏବେ ଘଣ୍ଟାକୁ ୨୯କିମି ବେଗରେ ଗତି କରୁଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଜଣା ପଡିଛି। ଏବେ ପାଣିପାଗର ତାଜା ସୂଚନା ଅନୁସାରେ ସନ୍ଧ୍ୟା ସୁଦ୍ଧା ପଶ୍ବିମବଙ୍ଗର ଦୀଘା ଓ ବାଂଲାଦେଶର ହତିୟା ମଧ୍ୟରେ ସୁନ୍ଦରବନ ଦେଇ  ଅମ୍ଫାନ୍  ସ୍ଥଳଭାଗ ଅତିକ୍ରମ କରିବ। ଅମ୍ଫାନ୍ ଅତିକ୍ରମ କରିବା ସମୟରେ ତୀବ୍ର ବେଗରେ ପବନ ବହିବ ।

KNews Bureau

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

15 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

23 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

39 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago