ରାଜ୍ୟର ୧୪ଟି ଜିଲ୍ଲାର ଭିନ୍ନ ଭିନ୍ନ ୩୦ଟି ସ୍ଥାନରେ ସିଟି GST ରେଡ୍

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ବଡଧରଣର ସିଟି GST ରେଡ୍। ତମାଖୁ ପ୍ରସ୍ତୁତକାରୀ ଓ ବ୍ୟବସାୟୀଙ୍କ ପ୍ରତିଷ୍ଠାନରେ GST ଚଢାଉ ହୋଇଛି। ରାଜ୍ୟର ୧୪ଟି ଜିଲ୍ଲାର ଭିନ୍ନ ଭିନ୍ନ ୩୦ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଛି। ରାଜ୍ୟ ସିଟି ଜିଏସ୍ଟି ଏନ୍ଫୋର୍ସମେଣ୍ଟ ୱିଙ୍ଗ୍ର ୩୦ଟି ଟିମ୍ ଏହି ଚଢାଉରେ ସାମିଲ ଅଛନ୍ତି।
ସେମାନଙ୍କ ମଧ୍ୟରେ ଅଛନ୍ତି ୧୨୧ ଜଣ ଅଫିସର। ୨୦ଟି ଗୁଟୁଖା କମ୍ପାନୀ ଓ ଡିଲରଙ୍କ ଉପରେ ଚଢାଉ ହୋଇଛି । ପୂର୍ବରୁ ସିଟି ଜିଏସ୍ଟି ବିଭାଗ ଜୁଏଲାରୀ ଓ ଫର୍ଣ୍ଣିଚର ପ୍ରତିଷ୍ଠାନ ଉପରେ ଚଢାଉ କରିଥିଲା। ଜୁଏଲାରୀରୁ ୯କୋଟି ୮୨ ଲକ୍ଷ ଓ ଫର୍ଣ୍ଣିଚରରୁ ୨କୋଟି ୫୧ ଲକ୍ଷ ଜିଏସ୍ଟି ଜରିମାନା ଆଦାୟ କରିଥିଲା ବିଭାଗ।