ଶିକୁଳିରେ ବନ୍ଧା ପଡିଛି ୨୦ ବର୍ଷର ପୁଅ ମନୁର ଜୀବନ

ଉଦଳା (କେନ୍ୟୁଜ) : ପୁଅଟିଏ ଜନ୍ମ ହେଲା ପରେ ବାପା ମାଆ ଭାରି ଖୁସି ହୋଇଯାନ୍ତି। ଏହା ଭାବି ଯେ ବୃଦ୍ଧ କାଳେ ପୁଅ ସାହାରା ହେବ ଆଉ ମଲା ପରେ କାନ୍ଧରେ ମଶାଣୀକୁ ନେବ। କିନ୍ତୁ ଏସବୁ ଭାବନା ସ୍ୱପ୍ନ ହୋଇ ରହିଗଲା ଏହି ବାପା ମାଆଙ୍କ ପାଇଁ। ବିଧିର ବିଧାନ ଆଗରେ ମାଆ ବାପା ଆଜି ବେସାହାରା । ୨୦ ବର୍ଷର ପୁଅ ପାଦରେ ଶିକୁଳିର ବେଡି ପକାଇ ବାନ୍ଧି ରଖିଛି ମାଆ । ଶିକୁଳିରେ କଟୁଛି ପୁଅର ଜୀବନା

କପ୍ତିପଦା ବ୍ଲକ ମାଙ୍କଡପଡା ଗ୍ରାମପଞ୍ଚାୟତର ଝିଲିରିବଣି ଗ୍ରାମର ପଞ୍ଚୁ ସୋରେନ। ଘରର ପରିବାର କହିଲେ ପାଞ୍ଚପ୍ରାଣୀ । ବାପା ମାଆଙ୍କ ପ୍ରଥମ ସନ୍ତାନ ପୁଅଟିଏ ହୋଇଥିବାରୁ ଘର ଖୁସିରେ ଫାଟି ପଡୁଥିଲା । କିନ୍ତୁ ଖୁସିର ପରିବେଶ ବେଶିଦିନ ରହିଲା ନାହିଁ, କେଇ ବର୍ଷ ଯିବାପରେ ଢାଙ୍କି ଆସିଲାଦୁଃଖର କଳାବାଦଲ । ଆମର ଏମିତି କହିବାର କାରଣ ପୁତ୍ର ମନୁ ସୋରେନଙ୍କ ମାନସିକ ବିକୃତି ଦେଖାଦେଇଥିଲା । ସେହି ଦିନ ପାଖରୁ ପୁଅ ପାଦରେ ପଡିଛି ଶିକୁଳିର ବେଡି । ବାପା ପଞ୍ଚୁ ସୋରେନ ଦିନରେ ଅନ୍ଯ ଲୋକଙ୍କ ଘରେ କାମକରି ଯାହାକିଛି ଆଣନ୍ତି ସେତିକିରେ ପରିବାର ଚଳିଯାଏ । ପୁଅ ମନୁ ଜନ୍ମ ହେବାର ପ୍ରାୟ ୬ ବର୍ଷ ପରେ ଦେଖାଦେଇଥିଲା ମସ୍ତିସ୍କ ବିକୃତି । ଯାହାକୁ ପାଖରେ ପାଇଲା ବାଡେଇଲା ନହଲେ କାମୁଡି ଦେଲା । ଏମିତି କିଛି ଦିନ ହେବା ପରେ ବାପା ଓ ମାଆ ପୁତ୍ରକୁ ଉଦଳା ପରେ ବାରିପଦା ଡାକ୍ତରଖାନା ନେଇ ଦେଖାଇଲେ । କିନ୍ତୁ ଡାକ୍ତର ସେତେବେଳେ କଟକ ବଡ ଡାକ୍ତରଖାନାକୁ ନେବାପାଇଁ ପରାମର୍ଶ ଦେଲେ ।

କିନ୍ତୁ ବାପା ପାଖରେ ଏତେ ସମ୍ବଳ ନଥିବାରୁ ସେ ପୁତ୍ରକୁ ଘରକୁ ନେଇ ଆସି ଆଉ କିଛି ଉପାୟ ନପାଇ ଏକ ଚେନ ସାହାଯ୍ୟରେ ବାନ୍ଧି ରଖିଲେ । ଏମିତି କିଛି ବର୍ଷ ବନ୍ଧା ହେବା ପରେ ପୁଅର ଗୋଡ ଛିଣ୍ଡି ଘାଆ ହୋଇଗଲା । ପରେ ବାପା ମାଆ ଚେନକୁ ଖୋଲି ଦେଇ ଚିକିତ୍ସା କରାଇଥିଲେ । କିଛିଦିନର ବ୍ଯବଧାନ ଭିତରେ ପୁତ୍ର ଘର ପାଖାପାଖି ଖେଳୁଥିବା ସମୟରେ ଅଚାନକ କୁଆଡେ ପଳାଇଗଲା । ପରିବାର ଲୋକଙ୍କ ସହ ଗ୍ରାମବାସୀ ଅନେକ ଖୋଜା ଖୋଜି କରି ଗୋଟେ ଦିନ ପରେ ୨୦ କିମି ଦୂରରୁ ପୁଅକୁ ପାଇଲେ । ସେହି ଦିନରୁ ପୁଅର ପାଦରେ ବନ୍ଧାହେଲା ଦଉଡି ନହଲେ ମାଆର ଶାଢି ।

ସେ ଦୁନିଆକୁ ଦେଖିବା ପୂର୍ବରୁ ଆଜିକୁ ୨୦ ବର୍ଷ ହେଲା ଅଭିଷପ୍ତ ଜୀବନ କାଟୁଛି । କିନ୍ତୁ ପୁଅର ହସହସ ମୁହଁ ସମସ୍ତଙ୍କୁ ଆକର୍ଷିତ କରୁଛି । କିଛି କହିପାରୁନି ସିନା ହସହସ ମୁହଁରେ ସେ ସମସ୍ତଙ୍କୁ ଚାହିଁ ବସୁଛି । ତେବେ ସରକାରଙ୍କ ତରଫରୁ ମିଳୁଥିବା ଚାଉଳ ୨୦ କିଲୋରେ ପରିବାର ଚଳିଥାଏ । ଯେଉଁଠି ପେଟକୁ ଦାନା ଯୋଗାଇବାକୁ ସମ୍ବଳ ନାହିଁ ସେଠାରେ ପୁଅର ଚିକିତ୍ସା କଥା ପଚାରେ ବା କିଏ ।

ତେବେ ମନୁ ସୋରେନଙ୍କ ଏପରି ଅବସ୍ଥା ବାବଦରେ ପଚାରି ବୁଝିବାକୁ ଆମେ ପହଂଚିଥିଲୁ କପ୍ତିପଦା ବିଡିଓଙ୍କ ନିକଟରେ । ବିଡିଓ ମହାଶୟ ସମସ୍ତ କଥା ଶୁଣିବା ପରେ ତୁରନ୍ତ ଜିତେନ୍ଦ୍ରଙ୍କୁ କିପରି ଚିକିତ୍ସା କରାଯାଇପାରିବ ଏବଂ ତାର ପରିବାରକୁ କେମିତି ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯାଇପାରିବ ସେ ନେଇ ବ୍ଯବସ୍ଥା କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତିା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.