ବଡ଼ଦିନ ପାଳନ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା, ଆଜି ମଧ୍ୟରାତ୍ରିରେ ଧରାବତରଣ କରିବେ ପ୍ରଭୁ ଯୀଶୁ

କନ୍ଧମାଳ: କାଲି ପବିତ୍ର ବଡ ଦିନ । ଆଜି ମଧ୍ୟରାତ୍ରିରେ ଧରାବତରଣ କରିବେ ପ୍ରଭୁ ଯୀଶୁ ।  ବଡଦିନକୁ ଧୁମଧାମରେ ମନେଇବାକୁ କନ୍ଧମାଳ ଜିଲ୍ଲାରେ ଥିବା ବିଭିନ୍ନ ଚର୍ଚ୍ଚ ଗୁଡିକ ଚଳଚଞ୍ଚଳ ହୋଇଛି । ରଙ୍ଗ ବେରଙ୍ଗର ଲାଇଟ, ଭଳିକି ଭଳି ଷ୍ଟାର, ବେଲୁନ୍ ଭଳି ତୋରଣ ମାଳାରେ ଝଲସୁଛି ଚର୍ଚ୍ଚ । ଘରେ ଘରେ ପିଠା, ମିଠା ଓ କେକ୍ ର ପ୍ରସ୍ତୁତି ଚାଲିଛି । ଜିଲ୍ଲାରେ ଥିବା ଉଭୟ ବାପିଷ୍ଟ ଓ କ୍ୟାଥଲିକ୍ ଚର୍ଚ୍ଚ ମାନଙ୍କରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଉଭୟ ଜିଲ୍ଲା ପ୍ରସାଶାନ ଓ ପୋଲିସ୍ ପ୍ରଶାସନ ପକ୍ଷରୁ ସଯୋଗ ରହିଥିବାରୁ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ଫାଦର ।

ଜିଲ୍ଲାରେ ବଡଦିନକୁ କିଭଳି ଶାନ୍ତି ଶୃଙ୍ଖଳାରେ ପାଳନ କରାଯିବ, ସେନେଇ ଜିଲ୍ଲାପାଳ ଓ ଏସପିଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତି କମିଟି ବୈଠକ କରାଯାଇଛି । ଏଥିସହ ଜିଲ୍ଲାକୁ ସଂଯୋଗ କରୁଥିବା ସମସ୍ତ ପ୍ରବେଶ ପଥରେ ପୋଲିସ ମୂତୟନ ରହି ଜିଲ୍ଲା ମଧ୍ୟକୁ ଆସୁଥିବା ଗାଡି ଗୁଡିକ ତନତନ କରି ଯାଞ୍ଚ କରାଯାଉଛି । ସମଗ୍ର ଜିଲ୍ଲାରେ ୨୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୂତୟନ କରାଯାଇ ବିଭିନ୍ନ ବ୍ଲକରେ ଫ୍ଲାଗମାର୍ଚ୍ଚ କରାଯାଉଛି ।