ତିଗିରିଆ ୨ ଭାଇଙ୍କୁ ଟ୍ରକ ମଡ଼ାଇ ହତ୍ୟା ଘଟଣା; ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ମଲ୍ଲିକ ଗିରଫ

ଆଠଗଡ଼ (କେନ୍ୟୁଜ): ତିଗିରିଆ ଥାନା ଭିରୁଡାରେ ହୋଇଥିବା ଡବଲ୍ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ। ଗିରଫ ଅଭିଯୁକ୍ତର ପରିଚୟ ଜିତେନ୍ଦ୍ର ମଲ୍ଲିକ। ଦୁଇ ମାସ ହେବ ପୋଲିସକୁ ଚକ୍ମା ଦେଇ ଫେରାର ରହୁଥିଲା ଜୀତେନ୍ଦ୍ର । ଏହି ଘଟଣା ରେ ସଂପୃକ୍ତ ପୂର୍ବରୁ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ୍‌ । ପଞ୍ଚମ ତଥା ମୂଖ୍ଯ ଅଭିଯୁକ୍ତ ଜୀତେନ୍ଦ୍ର ମଲ୍ଲିକ ଫେରାର ରହୁଥିଲା ।

ବିଶେଷ ସୂତ୍ରରୁ ଖବର ପାଇ କାନପୁର ପୋଲିସ୍‌ ପକ୍ଷରୁ ଥାନା ଅଧିକାରୀ ରବୀନ୍ଦ୍ର ଭୁଜବଳଙ୍କ ନେତୃତ୍ୱରେ ଏକ ସ୍‌ତନ୍ତ୍ର ଟିମ୍‌ ଗଠନ କରି କାନପୁର ଅଞ୍ଚଳର ଏକ କୁକୁଡ଼ା ଫାର୍ମ ଉପରେ ଚଢାଉ କରିଥିଲେ, ଆସାମୀ ଜୀତେନ୍ଦ୍ର ଘଟଣା ସ୍ଥଳରୁ ଖସି ଯିବାକୁ ଚେଷ୍ଟା କରୁଥିବା ସମୟରେ ଫାର୍ମର ଚାରି ପଟରୁ ଜଗି ରହିଥିଲା ପୋଲିସ୍‌ । ଘଟଣା ସ୍ଥଳରେ ହିଁ କାବୁ କରିଥିଲେ ଖୋଦ୍‌ କାନପୁର ଥାନା ଅଧିକାରୀ ରବୀନ୍ଦ୍ର ଭୁଜବଳ । ପରେ ତିଗିରିଆ ପୋଲିସ୍‌ କୁ ହସ୍ତାନ୍ତର କରାଯାଇଥିଲା , ଚଳିତ ବର୍ଷ ହୋଲି ରେ ମୃତକ ମାନେ ଆସାମୀ ମାନଙ୍କ ଥିବା ଏକ ହୋଟେଲ ରେ ପାଟିତୁଣ୍ଡ ସହିତ ଭଙ୍ଗା ରୁଜା କରିଥିଲେ ଯାହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗିରହିଥିଲା ।

ତେବେ ପରବର୍ତ୍ତୀ ସମୟ ଅର୍ଥାତ ଜୁଲାଇ ୭ ତାରିଖ ଦିନ ଅପରାହ୍ନ ସମୟରେ ଭିରୁଡା ଉପର ଛକରେ ଦୁଇ ଗୋଷ୍ଠି ମଧ୍ୟରେ ପାଟିତୁଣ୍ଡ ହେବା ସହ ପରଷ୍ପର ମଧ୍ୟରେ ହାତାହାତି ହୋଇଥିଲା , ଶେଷରେ ଦୁଇ ଭାଇଙ୍କୁ ଆସାମୀ ମାନେ ମାଡ଼ ମାରି ତଳେ ପକାଇବା ସହ ଦୁଇ ଜଣଙ୍କୁ ଟ୍ରକ୍‌ ଚଢାଇ ଅତି ନୃଶଂସ ଭାବେ ହତ୍ୟା କରିଥିଲେ ଅଭିଯୁକ୍ତ ମାନେ । ଗିରଫ ପରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଜଣାଇବା ସହ ମୂଖ୍ଯ ଅଭିଯୁକ୍ତ ଜୀତେନ୍ଦ୍ର ମଲ୍ଲିକକୁ କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ଆଠଗଡ଼ sdpo ବିଜୟ କୁମାର ବିଶି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.