ମହାନଦୀକୁ ଡେଇଁଥିବା ବ୍ୟକ୍ତିଙ୍କ ଏଯାଏ ମିଳୁନି ପତ୍ତା, ସ୍କୁଟିରୁ ମିଳିଲା ସୁଇସାଈଟ ନୋଟ

କଟକ : ମହାନଦୀକୁ ଡେଇଁଥିବା ବ୍ୟକ୍ତିଙ୍କ ଏଯାଏ ମିଳୁନି ପତ୍ତା । ବିଡାନାସୀ ଅଗ୍ନିଶମ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ଗତକାଲି ବିଳମ୍ବିତ ରାତିରେ କଟକ ମଧୁସୂଦନ ସେତୁରୁ ଜଣେ ବ୍ୟକ୍ତି ନଦୀକୁ ଡେଇଁ ପଡିଥିଲେ । ତାଙ୍କ ପରିଚୟ ମିଳିଛି। ବ୍ୟକ୍ତି ଜଣକ ହେଲେ ଅନୁପ ଅଗ୍ରୱାଲ । ତାଙ୍କ ଘର କଟକ ନୟାସଡ଼କ ଅଞ୍ଚଳରେ। କେଉଁ କାରଣରୁ ବ୍ୟକ୍ତି ଜଣକ ନଦୀକୁ ଡେଇଁ ପଡିଛନ୍ତି ତାର କାରଣ ଅସ୍ପଷ୍ଟ ରହିଛି ।

ଅନ୍ୟପଟେ ଅନୁପ ଅଗ୍ରୱାଲ ଝିଅ କହିଛନ୍ତି ଯେ ବାପା ଅନୁଗୁଳରେ ବ୍ୟବସାୟ କରୁଥିବା ସମୟରେ କିଛି ଲୋକଙ୍କ ଠାରୁ ଟଙ୍କା ଧାର ଆଣିଥିଲେ। କିନ୍ତୁ ଧାର ଆଣିଥିବା ଟଙ୍କା ଦେଇଦେବା ପରେ ସୁଧ ଟଙ୍କା ଦେଇପାରୁନଥିଲେ । ସେଥିପାଇଁ ସେହି ଲୋକ ମାନେ ବାରମ୍ବାର ଅନୁପଙ୍କୁ ଧମକ ଦେଉଥିଲେ ।

ଗତ କାଲି ସନ୍ଧ୍ୟାରେ ଅନୁପ ଅଗ୍ରୱାଲ ଘରେ କହିଥିଲେ ଯେ ବୁଲିବାପାଇଁ ଧବଳେଶ୍ଵର ଯାଉଛନ୍ତି । କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନ ଆସିବାରୁ ପରିବାର ଲୋକ ଖୋଜା ଖୋଜି କରିଥିଲେ । ଏହା ପରେ ଧବଳେଶ୍ୱର ଯିବା ରାସ୍ତାର ମଧୁସୂଦନ ସେତୁ ଉପରେ ସ୍କୁଟି ମିଳିଥିଲା ଓ ସ୍କୁଟି ଭିତରେ ସୁଇସାଈଟ ନୋଟ ଥିଲା । ପରେ ପରିବାର ଲୋକ ଥାନାର ଦ୍ୱାରସ୍ଥ ହୋଇଥିଲେ । ବର୍ତ୍ତମନ ବିଡାନାସିର ଗୋଟେ ଅଗ୍ନିଶମ ବାହିନୀ ସର୍ଚ୍ଚ ଅପରେସନ ଜାରି ରଖିଛି ।

You might also like