ମାଓବାଦୀଙ୍କ ଲଙ୍କାକାଣ୍ଡ, ସୀମାନ୍ତରେ ଜାଲିଦେଲେ କାର
ମାଲକାନଗିରି : ମାଓବାଦୀଙ୍କ ଲଙ୍କାକାଣ୍ଡ । କାର ଜାଳିଦେଲେ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରର ସୁକମା ଜିଲ୍ଲା ଚିନ୍ତୁର ଥାନା ଅନ୍ତର୍ଗତ ସାରିବେଲାଗାଉଁରେ ଗୋଟିଏ କାରକୁ ଜାଲିଦେଲେ ମାଓବାଦୀ । ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ଅପରେସନକୁ ଜୋରଦାର କରିଛି ।
ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଭଦାରି ସରିଭେଲା ଗାଁ ନିକଟସ୍ଥ ମୁଖ୍ୟ ରାସ୍ତାରେ ମାଓବାଦୀମାନେ ଏକ କାର୍କୁ ନିଆଁ ଲଗାଇଥିଲେ । ଯାହାଫଳରେ କାର୍ଟି ପୁରା ଜଳିପୋଡି ପାଉଁଶ ହୋଇଯାଇଛି । କିଛିଦିନ ହେବ ପୋଲିସର ଏନକାଉଣ୍ଟରରେ ଅନେକ ଟପ କ୍ୟାଡ଼ର ମାଓବାଦୀ ନିହତ ହେଲେଣି । ପ୍ରତିଶୋଧ ପରାୟଣ ହୋଇ ରକ୍ତମୁଖା ହୋଇଛନ୍ତି ମାଓବାଦୀ । ନିରୀହ ଲୋକଙ୍କୁ ହତ୍ୟା କରିବା ସହ ସାଧାରଣ ଲୋକଙ୍କୁ କ୍ଷତି ପହଞ୍ଚାଇବା ସହ ଲୋକଙ୍କୁ ଆତଙ୍କିତ କରୁଛନ୍ତି ମାଓବାଦୀ । ସେପଟେ ଏହି ହିଂସା ସଂପର୍କରେ ଖବର ପାଇ ଚିନ୍ତୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।