ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ସ୍ନାନଯାତ୍ରା ଓ ରଥଟଣା ନୀତି ନେଇ ହୋଇପାରେ ଆଲୋଚନା

ପୁରୀ (କେନ୍ୟୁଜ): ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ।  ଆସନ୍ତା ସ୍ନାନଯାତ୍ରାର ଚୂଡାନ୍ତ ନୀତି ନିର୍ଘଣ୍ଟକୁ ମୋହର ମାରିବ ପରିଚାଳନା କମିଟି ।  ଦିନ ୧୧ଟାରେ ନୀଳାଦ୍ରି ଭକ୍ତ ନିବାସରେ ପରିଚାଳନା କମିଟିର ବୈଠକ ବସିବ ।  ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ ।  ଜୁନ୍ ୨୨ରେ ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ କିଭଳି ଶୃଙ୍ଖଳିତ କରାଯିବ, ଭକ୍ତ କିଭଳି ସ୍ନାନ ମଣ୍ଡପରେ ଚତୁର୍ଦ୍ଧାବିଗ୍ରହଙ୍କୁ ଜଳଲାଗି ଓ ମହାପ୍ରଭୁଙ୍କ ଦୁର୍ଲଭ ହାତୀବେଶକୁ ସ୍ପଷ୍ଟ ଭାବେ ଦର୍ଶନ କରି ପାରିବେ ସେନେଇ ମଧ୍ୟ ବୈଠକରେ ଆଲୋଚନା କରାଯିବ ।

ପୂର୍ବରୁ ସ୍ନାନଯାତ୍ରାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଦଇତାପତି ନିଯୋଗ ଭେଟି ଆଲୋଚନା କରିଥିବା ବେଳେ ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ସହ ମଧ୍ୟ ସେବାୟତଙ୍କ ଆଲୋଚନା ଶେଷ ହୋଇଛି  । ଆଇନମନ୍ତ୍ରୀଙ୍କ ଅଧକ୍ଷ୍ୟତାରେ ସ୍ନାନଯାତ୍ରାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ସହ ମଧ୍ୟ ଆଲୋଚନା ଶେଷ ହୋଇଛି । ଶ୍ରୀଜୀଉଙ୍କ ପହଣ୍ଡି ସମୟରେ କିଭଳି ଟାହିଆକୁ ସୁରକ୍ଷିତ ରଖାଯିବ, ହାତୀବେଶ ଓଲାଗିବେଳେ କିଭଳି ବିଶୃଙ୍ଖଳା ନହେବ ସେନେଇ ମଧ୍ୟ ବୈଠକରେ ଆଲୋଚନା ହୋଇପାରେ  । ଅନ୍ୟପଟେ ପରିଚାଳନା କମିଟିର ଏଜେଣ୍ଡାରେ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପରେ ଭକ୍ତଙ୍କ ଭିଡ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ଉପରେ କୌଣସି ପ୍ରସଙ୍ଗ ସ୍ଥାନ ପାଇନଥିବା ବେଳେ ଶ୍ରୀମନ୍ଦିର ବାହାରେ ଓ ଭିତରେ ଦର୍ଶନ ବ୍ୟବସ୍ଥା କିଭଳି ଶୃଙ୍ଖଳିତ ଓ ସୁବ୍ଯବସ୍ଥିତ ହୋଇପାରିବ ସେନେଇ ମଧ୍ୟ ବୈଠକରେ ଆଲୋଚନା ହୋଇପାରେ ।

You might also like