ବିଳମ୍ବରେ ପହଞ୍ଚିବ ମୌସୁମୀ, ଆହୁରି ଲାଗିପାରେ ୨ ରୁ ୩ ଦିନ ସମୟ: IMD

ଭୁବନେଶ୍ୱର (କେନ୍ୟୁଜ): ଚଳିତ ବର୍ଷ ବିଳମ୍ବରେ ପହଞ୍ଚିବ ମୌସୁମୀ। କେରଳ ଛୁଇଁବାକୁ ଆହୁରି ୨ ରୁ ୩ ଦିନ ସମୟ ଲାଗିବ। ସ୍ୱାଭାବିକ ଭାବେ ପ୍ରତିବର୍ଷ ଜୁନ୍‌ ୧ରେ ମୌସୁମୀ କେରଳ ଛୁଇଁଥାଏ। ଚଳିତବର୍ଷ ମୌସୁମୀ ମେ’୨୭ ତାରିଖ ସୁଦ୍ଧା କେରଳ ଛୁଇଁବ ବୋଲି IMD ଆକଳନ କରିଥିଲା। ଏଥର ସ୍ୱାଭାବିକ ରହିବ ମୌସୁମୀ। ଚଳିତ ବର୍ଷ ଓଡ଼ିଶାରେ ଭଲ ବର୍ଷା ହେବ ବୋଲି କହିଛନ୍ତି ସାଇକ୍ଲୋନ୍‌ ୱାର୍ଣ୍ଣିଂ ସେଣ୍ଟର ନିର୍ଦ୍ଦେଶକ ଆର୍‌.କେ ଜେନାମଣି।

ଅନ୍ୟପଟେ ପାଖାପାଖି ୬ ଦିନ ଧରି ସ୍ଥିର ହୋଇଯାଇଥିବାରୁ ମୌସୁମୀ ପୁଣି ଆଗେଇବା ଆରମ୍ଭ କରିଛି। ଆସନ୍ତା ୪୮ଘଣ୍ଟା ଭିତରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଦକ୍ଷିଣ ଆରବ ସାଗର, ସଂପୂର୍ଣ୍ଣ ମାଲାଦ୍ୱୀପ ଓ ଲକ୍ଷାଦ୍ୱୀପର କିଛି ଅଂଶକୁ ଛୁଇଁବ।