ମାଟ୍ରିକ ପରୀକ୍ଷାରେ ପୁଅ ଠାରୁ ଅଧିକ ନମ୍ବର ରଖିଲା ମାଆ, ଉଭୟ ବାଣ୍ଟିଲେ ମିଠା
ଏକାଠି ମାଆପୁଅ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ପୁଅ ଠାରୁ ଅଧିକ ନମ୍ବର ରଖିଛି ମାଆ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଅଞ୍ଚଳରେ ଏହା ଦେଖିବାକୁ ମିଳିଛି। ମାଟ୍ରିକ ପରୀକ୍ଷାରେ ମାଆ ପୁଅ ପରୀକ୍ଷା ଦେଇ ଉଭୟ କୃତକାର୍ଯ୍ୟ ହୋଇଛନ୍ତି।
କନ୍ଧମାଳ(କେନ୍ୟୁଜ୍): ମାଟ୍ରିକ ପରୀକ୍ଷାରେ ପୁଅକୁ ପଛରେ ପକାଇଲା ମାଆ। ଏକାଠି ମାଆପୁଅ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ପୁଅ ଠାରୁ ଅଧିକ ନମ୍ବର ରଖିଛି ମାଆ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଅଞ୍ଚଳରେ ଏହା ଦେଖିବାକୁ ମିଳିଛି। ମାଟ୍ରିକ ପରୀକ୍ଷାରେ ମାଆ ପୁଅ ପରୀକ୍ଷା ଦେଇ ଉଭୟ କୃତକାର୍ଯ୍ୟ ହୋଇଛନ୍ତି। ଦାରିଙ୍ଗବାଡି ସ୍ଥିତ ଲୋହୋରା ସାହିର୪୭ ବର୍ଷୀୟ ସୁଜାତା ନାୟକ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ। ତାଙ୍କ ୧୬ବର୍ଷ ର ପୁଅ ଆୟୁଷ ନାୟକ ମଧ୍ୟ ମାଟ୍ରିକ ପରୀକ୍ଷା ଦେଇଥିଲେ।
ସୁଜାତା ନାୟକ ଦାରିଙ୍ଗବାଡି ଲାଲବାହାଦୁର ବିଦ୍ୟାପୀଠରେ ଅଧ୍ୟୟନ କରୁଥିଲା ବେଳେ ପୁଅ ଆୟୁଷ ନାୟକ ଦାରିଙ୍ଗବାଡି ସରକାରୀ ଉଚ୍ଚ ବିଦ୍ୟାଳୟରେ ପଢୁଥିଲେ। ପରୀକ୍ଷାରେ ସୁଜାତା ନାୟକ ୬୦୦ ମାର୍କରୁ ୩୪୬ ମାର୍କ ରଖି ବି୨ ଗ୍ରେଡ ପାଇଥିବା ବେଳେ ପୁଅ ଆୟୁଷ ନାୟକ ୬୦୦ ମାର୍କ ରୁ ୨୫୮ ମାର୍କ ରଖି ଡି ଗ୍ରେଡ ପାଇଛନ୍ତି। ସୁଜାତା ନାୟକ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନ ରାଜ୍ୟ ମୁକ୍ତ ବିଦ୍ୟାଳୟରେ ପରୀକ୍ଷା ଦେଇଥିଲେ। ପରୀକ୍ଷା ଦେବା ପାଇଁ ତାଙ୍କ ସ୍ୱାମୀ ଓ ନିଜ ପରିବାର ମଧ୍ୟରେ ଉତ୍ସାହ ଖେଳିଯାଇଛି ।