ଭୁବନେଶ୍ୱର : ବଦଳିବନି ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର । ପୂର୍ବ ପରି ଚାଲୁ ରହିବ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର । ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି। କହିଛନ୍ତି ବିଜୁ ପଟ୍ଟନାୟକଙ୍କ ଅବଦାନ ଓଡ଼ିଶା ଓ ଭାରତ ପାଇଁ ସ୍ମରଣୀୟ । ବରପୁତ୍ରମାନଙ୍କୁ ମୋ ସରକାର ସମ୍ମାନ ଦିଏ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଗତକାଲି ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାଁ ବଦଳିବା ନେଇ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ପକ୍ଷରୁ ପ୍ରକାଶ ପାଇଥିଲା ବିଜ୍ଞପ୍ତି । ନାଁ ବଦଳାଇ ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ ରଖାଯାଇଥିଲା । ଏହା ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ପ୍ରତିବର୍ଷ ଜାତୀୟ କ୍ରୀଡ଼ା ଦିବସ ଅବସରରେ ସଫଳ କ୍ରୀଡ଼ାବିତ, କୋଚ, ସାମ୍ବାଦିକ ଓ କ୍ରୀଡ଼ା ଅନୁଷ୍ଠାନଙ୍କୁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାରମିଳେ। ମୁଖ୍ୟମନ୍ତ୍ରୀ ଏହି ପୁରସ୍କାର ପ୍ରଦାନ କରିଥାନ୍ତି।