ଆନନ୍ଦପୁର : ଆନନ୍ଦପୁର ଯିବାକୁ ମୁଖ୍ୟ ରାସ୍ତା । ଜାତୀୟ ରାଜପଥ ୨୦ ର ଶାଳପଡା ସର୍ଭିସ ରୋଡ଼ । ଆନନ୍ଦପୁର ଯିବାକୁ ଏହି ଗୋଟିଏ ରାସ୍ତା ଉପରେ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ନିର୍ଭର କରିଥାନ୍ତି ହେଲେ ଅସରାଏ ବର୍ଷାରେ ଏହି ରାସ୍ତାର ଅବସ୍ଥା ଏଭଳି ଯେ ଆଖିରେ ନଦେଖିଲେ ବିଶ୍ୱାସ ହେବନି । ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟାଳୟ ର ଅଧିକାରୀ ମାନେ ଏହି ରାସ୍ତାଦେଇ ଯାତାୟାତ କରୁଛନ୍ତି ।
ଖାଲଖମାରେ ଭରା ଏହି ରାସ୍ତା ପ୍ରତ୍ୟେକ ଦିନ ଦୁର୍ଘଟଣାକୁ ଆମନ୍ତ୍ରଣ କରୁଥିବା ବେଳେ ସବୁ ଜାଣି ଅଜଣା ହେଉଛନ୍ତି ଜାତୀୟ ରାଜପଥ କତୃପକ୍ଷ । ବାରମ୍ବାର ଅଭିଯୋଗ ପରେ ଅଭିଯୋଗ ହେଲେ ଫଳ ଶୂନ । ସମୟେ ସମୟେ ମାଲବାହୀ ଭାରୀଯାନ ଏହି ରାସ୍ତାରେ ଦିନେ ଦୁଇଦିନ ଧରି ଫସି ରହୁଛନ୍ତି । ସ୍ଥାନୀୟ ଲୋକେ ଏହି ରାସ୍ତାକୁ ନେଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ କରୁଥିବା ବେଳେ କେବେ ଏହାର ସମାଧାନ ହେବ ତାକୁ ନେଇ ସମସ୍ତଙ୍କ ଅପେକ୍ଷା ରହିଛି ।