ଶପଥ ଗ୍ରହଣ ପରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କଲେ ନୂଆମନ୍ତ୍ରୀ, ନିଜ ବିଭାଗର ସଠିକ ପରିଚାଳନା ପାଇଁ କଲେ ପ୍ରାର୍ଥନା

ଭୁବନେଶ୍ୱର (କେନ୍ୟୁଜ): ମନ୍ତ୍ରିମଣ୍ଡଳରେ ଶପଥ ଗ୍ରହଣ ପରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ନୂଆମନ୍ତ୍ରୀ । ଅତନୁ ସବ୍ୟସାଚୀ, ଟୁକୁନି ସାହୁ, ପ୍ରଫୁଲ୍ଲ ମଲ୍ଲିକ, ପ୍ରଦୀପ ଅମାତ, ରାଜେନ୍ଦ୍ର ଢୋଲକିଆ, ଶ୍ରୀକାନ୍ତ ସାହୁ ମହାପ୍ରଭୁଙ୍କ ଦର୍ଶନ କରି ନିଜ ବିଭିଗ ସଠିକ ପରିଚାଳନା ପାଇଁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ସୂଚନା ଅନୁଯାୟୀ ଗତକାଲି ପୂର୍ବାହ୍ନ ପ୍ରାୟ ୧୧.୪୫ରେ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହୋଇଥିଲା । ଲୋକସେବା ଭବନ କନଭେନସନ ସେଣ୍ଚରରେ ନୀବନଙ୍କ ନୂଆ ମନ୍ତ୍ରୀମାନେ ଶପଥ ନେଇଥିଲେ । ବରିଷ୍ଠ, ଅଭିଜ୍ଞ, ଯୁବ ଓ ମହିଳାଙ୍କୁ ନୂଆ ଟିମରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନୂଆ ମନ୍ତ୍ରିମଣ୍ଡଳରେ ୧୩ ଜଣଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ ଓ ୮ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି । କ୍ୟାବିନେଟ୍‌ ପାହ୍ୟା ପାଇଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ନିରଞ୍ଜନ ପୂଜାରୀ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରଫୁଲ୍ଲ ମଲ୍ଲିକ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ କୁମାର ଅମାତ, ନବକିଶୋର ଦାସ, ଅଶୋକ ଚନ୍ଦ୍ର ପଣ୍ଡା, ଟୁକୁନି ସାହୁ , ଜଗନ୍ନାଥ ସାର୍‌କା ଓ ରାଜେନ୍ଦ୍ର ଢ଼ୋଲକିଆ ।

ସେହିଭଳି ସମୀର ରଞ୍ଜନ ଦାଶ, ଅଶ୍ୱିନୀ କୁମାର ପାତ୍ର, ପ୍ରୀତିରଞ୍ଜନ ଘଡ଼ାଇ, ଶ୍ରୀକାନ୍ତ ସାହୁ, ତୁଷାରକାନ୍ତି ବେହେରା, ରୋହିତ ପୂଜାରୀ, ରୀତା ସାହୁ ଓ ବାସନ୍ତୀ ହେମ୍ର୍ରମଙ୍କୁ ରାଷ୍ଟ୍ରପାହ୍ୟା ପ୍ରଦାନ କରାଯାଇଛି। ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ। ଉତ୍ସବରେ ବହୁ ବରିଷ୍ଠ ଅଧିକାରୀଙ୍କ ସହ ବିଧାୟକମାନେ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.