ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ ବୟାନ: ସେପ୍ଟେମ୍ବର ସୁଦ୍ଧା ଯୋଗ୍ୟ ବ୍ୟକ୍ତିଙ୍କୁ ଦିଆଯିବ ନୂଆ ରାସନ କାର୍ଡ

ଭୁବନେଶ୍ୱର : ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ ବୟାନ ।  ସେପ୍ଟେମ୍ବର ସୁଦ୍ଧା ରାଜ୍ଯରେ ଯୋଗ୍ୟ ବ୍ୟକ୍ତିଙ୍କୁ ଦିଆଯିବ ନୂଆ ରାସନ କାର୍ଡ ।  ଏବେ ନୂଆ କାର୍ଡ ପାଇଁ ଆବେଦନ ଜାରି ରହିଛି ।  ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ନୂଆକରି ରାସନ୍ କାର୍ଡ ପାଇବାକୁ ୧୦ ଲକ୍ଷ ଲୋକ ଆବେଦନ କଲେଣି ।  ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

ସୂଚନା ଅନୁସାରେ ରାସନକାର୍ଡ ହିତାଧିକାରୀଙ୍କୁ ଚାଉଳ ସହ ମିଳିବ ଗହମ ।  ଯେତିକି ଚାଉଳ ମିଳୁଛି ତାହାର ୨୦ ପ୍ରତିଶତ ଗହମ ଯୋଗାଇ ଦିଆଯିବ ବୋଲି ଅଗଷ୍ଟ ୧୭ରେ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏ ସମ୍ପର୍କରେ ସୂଚନା ଦେଇଥିଲେ ।  ଏ ନେଇ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଥିବା କଥା ମନ୍ତ୍ରୀ ପାତ୍ର ଜଣାଇଥିଲେ ।

ବର୍ତ୍ତମାନ ହିତାଧିକାରୀଙ୍କୁ ମୁଣ୍ଡ ପିଛା ୫ କିଲୋଗ୍ରାମ ଲେଖାଏଁ ଚାଉଳ ଯୋଗାଇ ଦିଆଯାଉଛି ।  କିନ୍ତୁ ଗହମ ପାଇଁ ଲୋକଙ୍କ ଚାହିଦା ରହିଥିବାରୁ ତାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଥିବା ମନ୍ତ୍ରୀ କହିଥିଲେ । ପୂର୍ବ ସରକାର ଗହମ ବନ୍ଦ କରି କେବଳ ଚାଉଳ ଯୋଗାଉଥିଲେ ।  ଏବେ ପୁଣିଥରେ ପୂର୍ବ ଭଳି ଚାଉଳ ସହ ଗହମ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ ।

 

You might also like