ଚଳଚଞ୍ଚଳ ବିଧାନସଭା: ଆଜି ଓ ଆସନ୍ତାକାଲି ଶପଥ ଗ୍ରହଣ କରିବେ ନବନିର୍ବାଚିତ ବିଧାୟକ

ଭୁବନେଶ୍ୱର (କେନ୍ୟୁଜ): ନୂଆ ବିଧାୟକଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ ବିଧାନସଭା ।  ଆଜି ଓ ଆସନ୍ତାକାଲି ଶପଥ ନେବେ ନବନିର୍ବାଚିତ ବିଧାୟକ। ବିଧାନସଭାରେ ଶପଥ ପାଠ କରାଇବେ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ଵାଇଁ। ଦୁଇଦିନ ଧରି ସମସ୍ତ ବିଧାୟକଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଚାଲିବ। ପ୍ରଥମେ ମୁଖ୍ୟମନ୍ତ୍ରୀ ଶପଥ ନେବେ । ପରେ ସମସ୍ତ ବିଧାୟକ ଶପଥ ନେବାର କାର୍ଯ୍ୟକ୍ରମ ରହିଛି । ସକାଳ ୧୦ଟାରୁ ସଂଧ୍ୟା ୫ଟା ଯାଏ ଚାଲିବ ଶପଥ ଗ୍ରହଣ ସମାରୋହ । ଏଥିପାଇଁ ବିଧାନସଭା ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି।

ସେହିପରି ଆସନ୍ତାକାଲି ବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ ହେବ। ୨୦ ତାରିଖରେ ବାଚସ୍ପତି ନିର୍ବାଚନ ରହିଛି। ବିଜେପିର ୭୮ ବିଧାୟକ ବିଧାନସଭାକୁ ନିର୍ବାଚିତ ହୋଇଥିବାବେଳେ ୩ ଜଣ ସ୍ବାଧୀନ ବିଧାୟକ ମଧ୍ୟ ବିଜେପିକୁ ନିଜର ସମର୍ଥନ ଜଣାଇଛନ୍ତି । ରଣପୁର ବିଧାୟିକା ସୁରମା ପାଢୀଙ୍କୁ ବାଚସ୍ପତି ପଦ ପାଇଁ ବିଜେପି ପ୍ରାର୍ଥୀ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ବିରୋଧୀ ଦଳ ବାଚସ୍ପତି ପଦ ପାଇଁ କାହାକୁ ପ୍ରାର୍ଥୀ କରିବେ କି ନାହିଁ ତାହା ଉପରେ ନଜର ରହିଛି।

You might also like