ବିଷ ପିଇ ନବ ଦମ୍ପତିଙ୍କ ଆତ୍ମହତ୍ୟା , ଦୁଇ ମାସ ତଳେ କରିଥିଲେ ପ୍ରେମ ବିବାହ

ବାଲେଶ୍ୱର (କେନ୍ୟୁଜ): ସଦର ଥାନା ଅନ୍ତର୍ଗତ ଚଷାଖଣ୍ଡ ପଞ୍ଚାୟତର ମଧୁପୁରା ଗାଁ ର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବାହାଘରର ୨ ମାସ ନ ପୁରୁଣୁ ସ୍ଵାମୀ ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ମୃତ ଯୁବକ ଜଣକ ହେଲେ ମଧୁପୁରା ଗାଁ ର ହରିଶଙ୍କର ଜେନା ଓ ତାଙ୍କ ସ୍ତ୍ରୀ ବେବି ଜେନା । ଦୁହେଁ ଦୁଇମାସ ତଳେ ପ୍ରେମ ବିବାହ କରିଥିବା ବେଳେ ଆଜି ହଠାତ୍ ବିଷ ପିଇ କାହିଁକି ଆତ୍ମହତ୍ୟା କରିଛନ୍ତି ତାକୁ ନେଇ ସନ୍ଦେହ ଜାରି ରହିଛି । ତେବେ ଘଟଣା ପଛର କାରଣ ଏବେ ସୁଦ୍ଧା ଅସ୍ପଷ୍ଟ ଥିବା ବେଳେ ମୃତକଙ୍କ ପରିବାର ଲୋକେ ଉଭୟଙ୍କ ମୃତ ଦେହ କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଛେଦ ପାଇଁ ଅଣାଯାଇଛି। ଅନ୍ୟପଟେ ଘଟଣାକୁ ନେଇ ସଦର ଥାନା ପୋଲିସ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.