ମହାକାଳପଡ଼ାରେ ୩୦ ବୁଥରେ EVM ଅଚଳ ଖବର ସମ୍ପୂର୍ଣ୍ଣ ମିଛ : ସିଇଓ
ମହାକାଳପଡ଼ା(କେନ୍ୟୁଜ୍): ମହାକାଳପଡ଼ାରେ ୩୦ ବୁଥରେ EVM ଅଚଳ ଖବର ସମ୍ପୂର୍ଣ୍ଣ ମିଛ । ପ୍ରେସ୍ ମିଟରେ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ । ଏଭଳି ଖବର ପ୍ରସାରଣ ଦ୍ବାରା ଭୋଟରମାନେ ନିରୁତ୍ସାହିତ ହେବେ ବୋଲି ସିଇଓ କହିଛନ୍ତି । ଖବର ପରିବେଷଣ ପୂର୍ବରୁ ଜିଲ୍ଲାପାଳଙ୍କୁ ପଚାରି ସତ୍ୟତା ବୁଝନ୍ତୁ । ଏକ ନ୍ୟୁଜ ଚ୍ୟାନେଲରେ ୩୦ EVM ଅଚଳ ଖବର ପ୍ରସାରଣ ହୋଇଥିଲା । କେନ୍ଦ୍ରାପଡ଼ା ଜିଲ୍ଲାପାଳ ମଧ୍ୟ ଖବରକୁ ଦୃଢ଼ ଖଣ୍ଡନ କରିଛନ୍ତି । ଏଭଳି ଖବର ଭିତ୍ତିହୀନ ବୋଲି କହିଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ।
ନିଶ୍ଚିତ ପଢନ୍ତୁ ଏହି ସବୁ ଷ୍ଟୋରୀ