୧୨ରୁ ବଢ଼ିବ ଶୀତ, କାଲିଠାରୁ ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୨ ରୁ ୪ ଡିଗ୍ରୀ କମିପାରେ

୧୨ରୁ ବଢ଼ିବ ଶୀତ। ଉପାନ୍ତରୁ ଉପକୂଳ ସବୁଠି ୨ରୁ ୪ ଡିଗ୍ରୀ ପାରଦ କମିବ ।  ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।  ୧୧ ତାରିଖ ଯାଏଁ ରାଜ୍ୟରେ କମ୍ ଶୀତ ଅନୁଭୂତ ହେବ ।  ଆସନ୍ତାକାଲି  ଠାରୁ ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା୨ ରୁ ୪ ଡିଗ୍ରୀ କମିପାରେ ବୋଲି ଆକଳ କରାଯାଇଛି ।

୧୨ ତାରିଖ ଯାଏ ଉପକୂଳ ଓଡି଼ଶା ଓ ଦକ୍ଷିଣ ଓଡି଼ଶାର କିଛି ସ୍ଥାନରେ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି ।  ୧୨ରୁ ୧୯ ତାରିଖ ମଧ୍ୟରେ ଆଦୌ ବର୍ଷା ହେବ ନାହିଁ ।  ପାଗ ସମ୍ପୁର୍ଣ୍ଣ ଶୁଖିଲା ରହିବ ।  ୬ରୁ ୧୨ ତାରିଖ ଯାଏ ପଶ୍ଚିମ ଓଡି଼ଶା ଏବଂ ଉତ୍ତର ଓଡି଼ଶାରେ ରାତି ତାପମାତ୍ରା ୧୦ରୁ ୧୪ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିପାରେ ।

ଉପକୂଳ ଓ ଦକ୍ଷିଣ ଓଡିଶାରେ ରାତି ତାପମାତ୍ରା ୧୪ ରୁ ୧୮ ଡିଗ୍ରୀ ମଧ୍ୟରେ ରହିବ। ୧୩ ରୁ ୧୯ ମଧ୍ୟରେ ରାଜ୍ୟରେ ରାଜ୍ୟରେ ରାତି ତାପମାତ୍ରା ଖସିବ ।   ସର୍ବନିମ୍ନ ତାପମାତ୍ରା ୧୦ ରୁ ୧୪ ଡିଗ୍ରୀ ମଧ୍ୟରେ ରହିପାରେ  ।