ଭରତପୁର ଘଟଣାର ବିଚାର ବିଭାଗୀୟ ତଦନ୍ତ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି, ୬୦ ଦିନରେ ଆସିବ ରିପୋର୍ଟ

ଭୁବନେଶ୍ୱର : ଭରତପୁର ଘଟଣାର ବିଚାର ବିଭାଗୀୟ ତଦନ୍ତ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି। ଜଷ୍ଟିସ ଚିତ୍ତରଂଜନ ଦାଶ କଣ କଣ ତଦନ୍ତ କରିବେ ସେ ନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି । ଘଟଣା କ୍ରମ କଣ ଥିଲା ଏବଂ କେଉଁ ପରିସ୍ଥିତିରେ ଜଣେ ମହିଳା, ସେନା ଅଧିକାରୀ ଓ ପୋଲିସ ଅଧିକାରୀଙ୍କୁ ଦୁର୍ବବ୍ୟବହାର ଓ ମାଡମରା ଭଳି ଘଟଣା ଘଟିଲା ।

ଏ ଘଟଣାରେ ବ୍ୟକ୍ତି, ଗୋଷ୍ଠୀ ଓ କର୍ତ୍ତୃପକ୍ଷଙ୍କ ଭୂମିକା, ବ୍ୟବହାର ଓ ଉତ୍ତରଦାୟିତ୍ବ କଣ ରହିଥିଲା । ଏ ଘଟଣା ସହିତ ଓ ଘଟଣା ପରବର୍ତ୍ତୀ ସମୟ ସହ ଜଡ଼ିତ ଅନ୍ୟ ପ୍ରସଙ୍ଗ ଉପରେ ଆବଶ୍ୟକ ପଡିଲେ ତଦନ୍ତ କରିବେ । ଭବିଷ୍ୟତରେ ମହିଳଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଏପରି ଘଟଣା କିପରି ଏଡାଇ ହେବ ସେ ନେଇ ପ୍ରସ୍ତାବ ଦେବେ କମିଶନ। ତଦନ୍ତ କମିଶନଙ୍କ ମୁଖ୍ୟାଳୟ ଭୁବନେଶ୍ୱରରେ ରହିବ। ଆବଶ୍ୟକ ପଡିଲେ ଅନ୍ୟ ସ୍ଥାନକୁ ଯାଇ ତଦନ୍ତ କରିପାରିବେ କମିଶନ।

ଭରତପୁର ଥାନାରେ କ୍ୟାପଟେନ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର। ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ ଦେଇଥିଲେ। ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ହାଇକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ତଦନ୍ତ କମିଶନ ଗଠନ ହୋଇଛି । ୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ କୁହାଯାଇଛି ।

chita

ଏପଟେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି ଏବଂ ବିଶେଷ ଭାବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପକ୍ଷରୁ ବିଚାର ବିଭାଗୀୟ ତଦନ୍ତ ଦାବି କରାଯାଇଥିଲା ବେଳେ ସରକାର ତାହାକୁ ମାନି ନେଇଛନ୍ତି । ତେଣୁ ଏହି ଘଟଣାରେ ବିରୋଧୀ ଦଳଗୁଡ଼ିକର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଏପଟେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ପରେ ପ୍ରତିକ୍ରିୟା ରଖିଛନ୍ତି ପୀଡ଼ିତାଙ୍କ ବାପା। ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ କହିଛନ୍ତି ପୀଡ଼ିତାଙ୍କ ବାପା । ଆମେ ବିଚାର ବିଭାଗୀୟ ତଦନ୍ତ ପାଇଁ ଦାବି କରିଥିଲୁ । ନ୍ୟାୟ ପାଇବୁ ବୋଲି ଆଶା ରଖିଛୁ ।

ତେବେ କ୍ୟାପଟେନ ଗୁରୁୱନ୍ତ ସିଂ ଓ ବାନ୍ଧବୀଙ୍କ ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ ଟିମ୍ । କ୍ୟାପଟେନ ଓ ତାଙ୍କ ବାନ୍ଧବୀଙ୍କ ବୟାନ, ସିକ୍ୱେନସ୍ ଅଫ ଇଭେଣ୍ଟ , ଭିଡିଓ ଏଭିଡେନ୍ସ ମଧ୍ୟରେ ତାଳମେଳ ଖାଉନାହିଁ । ଅଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ପୀଡ଼ିତାଙ୍କ ପଲିଗ୍ରାଫ ଟେଷ୍ଟ ଓ ବ୍ରେନ୍ ମ୍ୟାପିଂ କରିପାରେ । ଏଥିପାଇଁ ଗୁରୁୱନ୍ତ ଓ ବାନ୍ଧବୀଙ୍କ ସମ୍ମତି ଲୋଡ଼ାଯାଇଛି । ଏନେଇ କୋର୍ଟରେ ଆବେଦନ କରାଯିବ।

ସେହିପରି ନିଲମ୍ବିତ ଥାନା ଅଧକାରୀ ଦୀନକୃଷ୍ଣ ମିଶ୍ରଙ୍କ ସମେତ ପାଞ୍ଚ ପୋଲିସ ଅଧିକାରୀଙ୍କ ହେବ ପଲିଗ୍ରାଫ ଓ ବ୍ରେନ୍ ମ୍ୟାପିଂ ଟେଷ୍ଟ । ଏଥିପାଇଁ ପାଞ୍ଚ ପୋଲିସ ଅଧିକାରୀ ସମ୍ମତି ପ୍ରକାଶ କରିଥିବା ସୂଚନା ମିଳିଛି । କୋର୍ଟ ଅନୁମତି ଦେବା ପରେ ହେବ ଏହି ଟେଷ୍ଟ । ସେପଟେ ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ପୋଲିସ ପରିବାର ଲୋକ । ଇତିମଧ୍ୟରେ ନୂଆ ନୂଆ ଭିଡିଓ ଭାଇରାଲ ହେଉଛି ।

You might also like