ଭିତରକନିକାରେ ବଢ଼ିଛି ପକ୍ଷୀ ସଂଖ୍ୟା, ଚଳିତବର୍ଷ ୨୩ଟି ପ୍ରଜାତିର ୨୦୧୫ଟି ପକ୍ଷୀ ଅଧିକ ଆସିଛନ୍ତି

କେନ୍ଦ୍ରାପଡା (କେନ୍ୟୁଜ): ଭିତରକନିକାରେ ବଢ଼ିଛି ପକ୍ଷୀ ସଂଖ୍ୟା। ଭିତରକନିକା ଜାତୀୟ ଉଦ୍ୟାନ ଓ ରାଜନଗର ବନଖଣ୍ଡରେ ଚଳିତବର୍ଷର ବିଦେଶାଗତ ପକ୍ଷୀ ଗଣନା ଶେଷ ହୋଇଛି । ମୋଟ ୧ଲକ୍ଷ ୩୮ ହଜାର ୧୦୭ଟି ପକ୍ଷୀ ଗଣନା କରାଯାଇଛି । ଗତବର୍ଷ ୧୨୧ ପ୍ରଜାତିର ୧ ଲକ୍ଷ ୩୬ ହଜାର ୯୨ଟି ପକ୍ଷୀ ଆସିଥିଲେ ।

ଗତବର୍ଷ ଅପେକ୍ଷା ଚଳିତ ବର୍ଷ ୨୩ଟି ପ୍ରଜାତିର ୨୦୧୫ଟି ପକ୍ଷୀ ଅଧିକ ଆସିଛନ୍ତି । ପକ୍ଷୀ ଗଣନା ପାଇଁ ୧୬ଟି ଟିମ୍‌ ଗଠନ କରାଯାଇଥିଲା । ଭିତରକନିକା, ଖୋଳା, ସାତଭାୟା, ରାଜନଗର, ଚିଞ୍ଚିରି ମୁହାଣ, ଧାମରା ମୁହାଣ, ପାରାଦୀପର ବିଭିନ୍ନ ସ୍ଥାନରେ ପକ୍ଷୀ ଗଣନା କରାଯାଇଥିଲା ।

Leave A Reply

Your email address will not be published.