ବଲାଙ୍ଗିରରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା,ବର୍ତ୍ତମାନ ସୁଦ୍ଧା ୧୫ ଜଣ ରୋଗୀ ଡାକ୍ତରଖାନାରେ ଭର୍ତ୍ତି

ବଲାଙ୍ଗିର (କେନ୍ୟୁଜ): ବଲାଙ୍ଗିର ଜିଲ୍ଲାରେ ଆଜି ୨୧୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କିଛି ଦିନ ହେବ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଥିଲେ ବି ବର୍ତ୍ତମାନ ସୁଦ୍ଧା ମାତ୍ର ୧୫ ଜଣ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ତଥାପି ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ଜିଲ୍ଲା ପ୍ରଶାସନ । ବଲାଙ୍ଗିର କିସ୍‌ କ୍ୟାମ୍ପସରେ ଥିବା କୋଭିଡ ହସ୍ପିଟାଲରେ ୪୦ଟି ଆଇସିୟୁ ବେଡ ସହ ୧୫୦ଟି ବେଡର ବ୍ୟବସ୍ଥା କରାଯାଉଛି ।

ସେହିପରି ଭୀମଭୋଇ ମେଡିକାଲ କଲେଜରେ କୋଭିଡ କେୟାର ସେଣ୍ଟର ଖୋଲିବା ସହ ପର୍ଯ୍ୟାପ୍ତ ଔଷଧ ମହଜୁତ ଥିବା କହିଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା । ଏହା ସହିତ କୋଭିଡ କଟକଣାକୁ ବି କଡାକଡି କରାଯାଉଥିବା କହିଛନ୍ତି ।

Leave A Reply

Your email address will not be published.