ବଢିଛି କୁମ୍ଭୀର ସଂଖ୍ୟା, ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ରାଜନଗର : ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ଵ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ । ଆଜିଠୁ ଭିତରକନିକାର ପ୍ରାକୃତିକ ଶୋଭାରାଜିକୁ ବୁଲି ଉପଭୋଗ କରିପାରିବେ । କୁମ୍ଭୀର ଗଣନା ପାଇଁ ଗତ ୧୪ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୯ ଦିନ ଧରି ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରହିଥିଲା । ଚଳିତବର୍ଷ ଭିତରକନିକା ନଦୀ ନାଳରେ କରାଯାଇଥିବା କୁମ୍ଭୀର ଗଣନା ଅନୁଯାୟୀ ଭିତରକନିକା ରେ ୧୮୨୬ ଟି କୁମ୍ଭୀର ଗଣନା କରାଯାଇଛି ।

ଗତବର୍ଷ ତୁଳନାରେ ୧୫ ଟି କୁମ୍ଭୀର ବୃଦ୍ଧି ପାଇଛି । ଗତବର୍ଷ ୧୮୧୧ ଟି କୁମ୍ଭୀର ଗଣନା କରାଯାଇଥିଲା। ନଦୀ ନାଳ ମାନଙ୍କ ରେ ବୋଟ ଚଳାଚଳ ବନ୍ଦ ହେବା ପରେ ଦିନ ଓ ରାତି ସମୟରେ କୁମ୍ଭୀର ଗଣନା କରାଯାଇଥାଏ । ପର୍ଯ୍ୟଟକ ଆସିଲେ କୁମ୍ଭୀର ଗଣନା ରେ ବାଧା ସୃଷ୍ଟି ହେବାର ଆଶଙ୍କା ଥିବାରୁ ଭିତରକନିକା ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରଖାଯାଇଥାଏ ।

 

ଆହୁରି ପଢନ୍ତୁ : ପ୍ରହସନ ପାଲଟିଛି ଭିତରକନିକାରେ କୁମ୍ଭୀର ଗଣନା, ପର୍ଯ୍ୟଟକଙ୍କ ପାଇଁ ବନ୍ଦ ଇକୋ ରିଟ୍ରିଟ ଆଳରେ VIP ପାଇଁ ଖୋଲା

You might also like