୨୦୨୨ ମସିହାରେ ରାଜ୍ୟରେ ଉଲ୍ଲେଖନୀୟ ଅଗ୍ନିଶମ ସେବା ଯୋଗାଇଛି ଓଡ଼ିଶା ଅଗ୍ନିଶମ ବାହିନୀ, ଏଥିପାଇଁ ମିଳିଲା ସ୍କଚ ଆୱାର୍ଡ

କେନ୍ୟୁଜ୍(ବ୍ୟୁରୋ):ଓଡିଶା ଅଗ୍ନିଶମ ବାହିନୀକୁ ସ୍କଚ ଆୱାର୍ଡ। ୨୦୨୨ ମସିହାରେ ରାଜ୍ୟରେ ଉଲ୍ଲେଖନୀୟ ଅଗ୍ନିଶମସେବା ଯୋଗାଇ ଦେଇଥିବାରୁ ଓଡିଶା ଅଗ୍ନିଶମ ବାହିନୀଙ୍କୁ ଏହି ସ୍କଚ ଆୱାର୍ଡ ମିଳିଛି। ବରିଷ୍ଠ ଆଇପିଏସ ଅଫିସର ସନ୍ତୋଷ କୁମାର ଉପାଧ୍ୟାୟଙ୍କ ନେତୃତ୍ୱରେ ଓଡିଶା ଅଗ୍ନିଶମ ବିଭାଗ ରାଜ୍ୟରେ ବାତ୍ୟା, ବନ୍ୟା ମୁକାବିଲା କରିବା ସହିତ ଘରପୋଡି ଓ ଅନ୍ୟାନ୍ୟ ଅଗ୍ନିକାଣ୍ଡ ସମୟରେ ନିଆଁ ଲିଭାଇବାର ଗୁରୁ ଦାୟିତ୍ୱ ଗ୍ରହଣ କରୁଛନ୍ତି।
କେବଳ ସେତିକି ନୁହେଁ, ପାଣିରେ ବୁଡିବା ହେଉ କି କୌଣସି ପ୍ରକାର ଦୁର୍ଘଟଣାରୁ ଉଦ୍ଧାର କରିବା ପାଇଁ ଖୋଜା ପଡୁଛି ଅଗ୍ନିଶମ ବାହିନୀକୁ। ସ୍କଚ ଆୱାର୍ଡ ଘୋଷଣା ପରେ ଏ ନେଇ ଅଧିକ ପ୍ରତିକ୍ରିୟା ଦେବାକୁ ସିଧାସଳଖ ଲାଇଭ ଫୋନ ରେ ଯୋଡି ହୋଇ ରହିଛନ୍ତି ଅଗ୍ନିଶମ ଡ଼ିଜି ସନ୍ତୋଷ ଉପାଧ୍ୟାୟ।