ଦୁର୍ଘଟଣାରେ ଗୋଡ଼ ହରାଇଥିବା ଦିବ୍ୟାଙ୍ଗଙ୍କୁ କୃତ୍ରିମ ଗୋଡ଼ ଯୋଗାଇ ଦେଲା ଓଡ଼ିଶା-ମୋ ପରିବାର

(କେନ୍ୟୁଜ): ଦୁଇ ଅସହାୟଙ୍କୁ ସହାୟତାର ହାତ ବଢ଼ାଇଲା ଓଡିଶା ମୋ ପରିବାର। ଦୁର୍ଘଟଣାରେ ଗୋଡ଼ ହରାଇଥିବା ଦୁଇ ଦିବ୍ୟାଙ୍ଗଙ୍କର କୃତ୍ରିମ ଗୋଡ଼ ଲଗାଯାଇଛି। କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ଏଆରସି ପସିସରରେ ଏହି ଚିକିତ୍ସା କରାଯାଇଛି। କଟକ ଜିଲ୍ଲାର ୫୮ ବର୍ଷୀୟ ଗଗନ ସାମଲ, କୂଅ ଖୋଳା ସମୟରେ ଏକ ଦୁଘଟଣାରେ ନିଜ ଗୋଡ଼ ହରାଇଥିଲେ। ୨ ବର୍ଷ ହେଲା ଆଶା ବାଡ଼ି ହିଁ ତାଙ୍କର ଏକମାତ୍ର ସାହାରା ଥିଲା।
ସେହିପରି ବଡମ୍ବାର ଶୁଭାଶିଷ ପାଇକରାୟ। ଗତ ୧୦ ବର୍ଷ ହେଲା ଗୋଟିଏ ଗୋଡ଼ରେ ଯାତାୟତ କରନ୍ତି। ଉଭୟଙ୍କର ଆଜି ଓଡିଶା ମୋ ପରିବାର ପକ୍ଷରୁ କୃତ୍ରିମ ଗୋଡ଼ ରୋପଣ କରାଯାଇଛି। ଯାହାକୁ ନେଇ ଉଭୟ ଗଗନ ଓ ଶୁଭାଶିଷ ବେଶ ଖୁସି ଅଛନ୍ତି। କେବଳ ଏଇ ଦୁଇ ଜଣ ନୁହନ୍ତି। ଏମାନଙ୍କ ଭଳି ସମାଜରେ ଥିବା ଅନ୍ୟ ଅସହାୟ ମାନଙ୍କୁ ମଧ୍ୟ ସହଯୋଗ କରାଯିବ ବୋଲି ଓଡିଶା ମୋ ପରିବାର ପକ୍ଷରୁ କୁହାଯାଇଛି।