କୋରାପୁଟ : ପୋଖରୀରେ ବୁଡି ବୃଦ୍ଧା ମୃତ । ମୃତକ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଗୋଡିହଞ୍ଜର ଗାଁର ୭୭ ବର୍ଷୀୟ ବୃଦ୍ଧା ବୁଦେଇ ମୁଦୁଲି । ଗତକାଲି ସଂଧ୍ୟାରେ ବୁଦେଇ ପୋଖରୀକୁ ଶୌଚ ହେବାକୁ ଯାଇଥିବା ବେଳେ ଗୋଡ ଖସି ଯାଇଥିଲା । ଗୁରୁତର ଅବସ୍ଥାରେ ବୁଦେଇଙ୍କୁ ଉଦ୍ଧାର କରି ମେଡିକାଲାରେ ଭର୍ତ୍ତି କରିଥିଲେ ଗ୍ରାମବାସୀ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।