ନକଲି ଔଷଧ ବିକ୍ରି ଅଭିଯୋଗରେ ଗିରଫ ହେଲେ କମ୍ପାନୀ ମାଲିକ, ଏବେ କୋର୍ଟ ଚାଲାଣ

ବରଗଡ (କେନ୍ୟୁଜ): ନକଲି ଔଷଧ କାରବାର ଅଭିଯୋଗରେ ବରଗଡ ଟାଉନ ଥାନାରେ ଜଣେ ଅଟକ । ଡ୍ରଗ୍ସ ଇନିସପେକ୍ଟରଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ ହୋଇଛି। ଔଷଧ ବ୍ୟବସାୟୀ ସୁନୀଲ କୁମାର ଅଗ୍ରୱାଲଙ୍କୁ ଅଟକ ରଖିଛି ବରଗଡ ପୋଲିସ ।

ଗିରଫ ପରେ ଅଭିଯୁକ୍ତ ସୁନୀଲ ଅଗ୍ରୱାଲଙ୍କୁ କୋର୍ଟଚାଲାଣ କରାଯାଇଛି । ଘଟଣାକୁ ନେଇ ଡ୍ରଗ୍ସ ଇନ୍ସପେକ୍ଟର କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି । ଏବେ ବରଗଡ ଜିଲ୍ଲାର ବୁହ ମେଡିକାଲ ଷ୍ଟୋରରେ ନକଲି ଔଷଧ ବିକ୍ରି ହେଉଥିବା ଚର୍ଚ୍ଚା ହେଉଛି । ଓଡିଶାରେ ନକଲି ଔଷଧ କାରବାର ଅଭିଯୋଗ ପରେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କ ନିର୍ଦ୍ଦେଶରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । ଏଥିରେ ବରଗଡ ଟାଉନସ୍ଥିତ ଅଶୋକ ମେଡିକାଲ ହଲରେ ମଧ୍ୟ ଚଢାଉ ହୋଇଥିଲା । ସେଠାରୁ ଜବତ ହୋଇଥିବା ମେଡିସିନକୁ ଯାଞ୍ଚ ପାଇଁ ଫରେନସିକ ଲାବକୁ ପଠାଯାଇଥିଲା । ପରବର୍ତ୍ତୀ ସମୟରେ ସେହି ଔଷଧ ନକଲି ବୋଲି ପ୍ରମାଣିତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.