ଆଜି ପୁରୀରେ ବସିବ ପଞ୍ଜିକା ସମୀକରଣ ବୈଠକ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କରିବେ ଅଧ୍ୟକ୍ଷତା

ପୁରୀ : ଆଜି ପୁରୀରେ ବସିବ ୨୦୨୫-୨୬ ବର୍ଷ ପାଇଁ ପଞ୍ଜିକା ସମୀକରଣ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ ହେବ । ଦିନ ୧୨ଟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏହି ବୈଠକ ବସିବ । ବିଭିନ୍ନ ପଞ୍ଜିକାରେ ତ୍ରୁଟି ନେଇ ପୂର୍ବରୁ ବିବାଦ ଦେଖାଦେଇଛି । ତେବେ ଏହି ବୈଠକରେ ନୀତି ପ୍ରଶାସକଙ୍କ ସହ ପଞ୍ଜିକାର, ପୂଜାପଣ୍ଡା ଓ ମୁକ୍ତିମଣ୍ଡପ ସଦସ୍ୟ ଏହି ବୈଠକରେ ଉପସ୍ଥିତ ରହିବେ ।

ବିଭିନ୍ନ ପଞ୍ଜିକାରେ ତ୍ରୁଟିକୁ ନେଇ ବିଗତ ଦିନରେ ବିବାଦ ଦେଖାଦେଇଥିଲା । ସେହିପରି ନିକଟରେ ସରସ୍ୱତୀ ପୂଜା କେତେ ତାରିଖରେ ପାଳନ କରାଯିବ ବୋଲି ଦ୍ୱନ୍ଦ୍ୱ ରହିଥିଲା । ଫେବୃଆରୀ ୨ ନା ଫେବୃଆରୀ ୩, ଏ ନେଇ ଦ୍ୱନ୍ଦ୍ୱ ରହିଥିଲା । ବିଭିନ୍ନ ପଞ୍ଜିକାରେ ଭିନ୍ନ ଭିନ୍ନ ତାରିଖ ଥିବାରୁ ଏନେଇ ବିବାଦ ଦେଖାଯାଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ଧାର୍ଯ୍ୟ ହୋଇଥିଲା ଯେ, ସରସ୍ୱତୀ ପୂଜା ୨ ତାରିଖରେ ପାଳନ କରାଯିବ । ତେବେ ଆଜିର ବୈଠକରେ ଏପ୍ରସଙ୍ଗରେ ସବିଶେଷ ଆଲୋଚନା କରାଯିବ ।

 

 

ଆହୁରି ପଢ଼ନ୍ତୁ : ଆଜିଠୁ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା, ଦେଶବିଦେଶରୁ ମହିମା ସାଧୁଙ୍କ ହେଉଛି ସମାଗମ