ଆସିଲାଣି ପାର୍ବଣ ଋତୁ, ଜମିବ ପୂଜା ମାହୋଲ: ନିଶା ମୁକ୍ତ ଭସାଣି ଡିଜେ ମୁକ୍ତ ରୋଷଣୀ ଉପରେ ଫୋକସ

କଟକ /ଭୁବନେଶ୍ୱର:  ଆସିଲାଣି ପାର୍ବଣ ଋତୁ । ଚାରିଆଡେ ଜମିବ ପୂଜାର ମାହୋଲ । ଗଣେଶ ପୂଜା ପରେ ଦୁର୍ଗାପୂଜା ।  ଏ ନେଇ ଚଳଚଞ୍ଚଳ ହେଲାଣି ଗାଁ ଠୁ ସହର । ଜୋରଦାର ହେଲାଣି ପ୍ରସ୍ତୁତି । ଏହି ସମୟରେ କିପରି ସହରର ପରିବେଶକୁ ସୁସ୍ଥ ଓ ଅପରାଧ ମୁକ୍ତ ରଖିବ ସେନେଇ କମିଶନରେଟ ପୋଲିସ ଆରମ୍ଭ କରିଛି ଏକ ସ୍ୱତନ୍ତ୍ର ଅଭିଯାନ ।  ନିଶା ମୁକ୍ତ ଭସାଣି ଡିଜେ ମୁକ୍ତ ରୋଷଣୀ । ଏହି ସଚେତନତା ବାର୍ତ୍ତା କିପରି ସବୁ ଲୋକ ମାନଙ୍କ ପାଖରେ ପହଞ୍ଚି ପାରିବ ସେନେଇ ଏକ ଗୀତ ରେକର୍ଡ ହୋଇଛି ।

ମ୍ୟୁଜିକ ସାଇଣ୍ଟିଷ୍ଟ ପ୍ରେମାନନ୍ଦ ଙ୍କ କମ୍ପୋଜିସନ , ଏସପି କୃଷ୍ଣ ଚନ୍ଦ୍ର ସେଠିଙ୍କ ଲେଖା ଓ ଲିଡିଂ ଗାୟିକା ଦୀପ୍ତିରେଖାଙ୍କ କଣ୍ଠଦାନ ବଳରେ ଏହି ନିଶା ମୁକ୍ତ ଭସାଣି ଡିଜେ ମୁକ୍ତ ରୋଷଣୀ ଗୀତଟି ଆଜି କଟକ ମଧୁପାଟଣା ସ୍ଥିତ ମିଳନ ଷ୍ଟୁଡିଓ ରେ ରେକର୍ଡ କାରଯାଇଛି । ଯାହା ଆଗମୀ ଦିନରେ ରିଲିଜ ହେବ। ସଙ୍ଗିତ ନିର୍ଦ୍ଦେଶଙ୍କ ମତରେ ପୂଜା ଭସାଣି ସମୟରେ ଟ୍ୱିନ ସିଟିରେ ଅଧିକ ସ୍ଥାନରେ ଡିଜେ ବାଜିବା ଦ୍ୱାରା ସମାଜ ଉପରେ ପ୍ରଭାବ ପଡୁଛି। ଅତ୍ୟଧିକ ସାଉଣ୍ଡ ଦ୍ୱାରା ଶିଶୁ , ବରିଷ୍ଠ ସମାଜ ଓ ରୋଗାଗ୍ରସ୍ତ ବ୍ୟକ୍ତିମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାବ୍ୟତୀତ ନିଶା କାରବାର ଯୋଗୁଁ ଅପରାଧିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଉଛି । ତେଣୁ ଏହି ଉଭୟ ଦିଗକୁ ରୋକାଗଲେ ଏକ ସରସ ସୁନ୍ଦର ପୂଜାର ଆୟୋଜନ ହୋଇ ପାରିବ ବୋଲି କହିଛନ୍ତି । ପୂର୍ବରୁ ଶାନ୍ତି କମିଟି ପୂଜା କମିଟି ସହ ବୈଠକ ସମୟରେ ଏହି ଦିଗ ଉପରେ ଗୁରୁତ୍ୱ ଆରୋପ କରିଥିଲା କମିଶନରେଟ ପୋଲିସ। ଯାହାକୁ ସ୍ୱାଗତ କରିଥିଲେ ପୂଜା କମିଟି ସଦସ୍ୟ ।

 

You might also like
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।