ଅକ୍ସିଜେନ୍‌ ଅଭାବରୁ ରୋଗୀ ମୃତ୍ୟୁ ! ତଦନ୍ତ ନିର୍ଦ୍ଦେଶ ଦେଲେ ଏସ୍‌ସିବି କର୍ତ୍ତୃପକ୍ଷ

କଟକ(କେନ୍ୟୁଜ୍‌): ପୁଣି ଏସ୍‌ସିବି ମେଡିକାଲରେ ଚିକିତ୍ସା ଅବହେଳାରୁ ଜଣେ ରୋଗୀର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ଆସିଛି। ପୁରୁଣା ମେଡିସିନ୍‌ ବିଭାଗରେ ଅକ୍ସିଜେନ୍‌ ନ ମିଳିବାରୁ ରୋଗୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳି ପାରିନାହିଁ।

ସୂଚନା ମୁତାବକ, ଗତ କାଲି ରାତିରେ ବାଲେଶ୍ଵର ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ କଟକ ଏସ୍‌ସିବି ମେଡିକାଲ କାଜୁଆଲିଟିରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ଭୋରରୁ ବିନା ଅକ୍ସିଜେନରେ ମେଡିସିନ ଓ୍ଵାର୍ଡକୁ ପଠାଇ ଦିଆଯାଇଥିଲା। ତେବେ ଓ୍ଵାର୍ଡରେ ଏକ ଘଣ୍ଟା କାଳ ଅକ୍ସିଜେନ୍‌ ନ ମିଳିବାରୁ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।ତେବେ ଏନେଇ କୌଣସି ଲିଖିତ ଅଭିଯୋଗ ନଥିବା କହିଛନ୍ତି SCBର ପ୍ରଶାସନିକ ଅଧିକାରୀ ଅବିନାଶ ରାଉତ। ଅଭିଯୋଗର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି। ଅବହେଳା ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.