ବଦଳିପାରନ୍ତି ପିସିସି ସଭାପତି! AICC ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା

ଭୁବନେଶ୍ଵର (କେନ୍ୟୁଜ) : ବଦଳିପାରନ୍ତି ପିସିସି ସଭାପତି । ପରବର୍ତ୍ତୀ ସଭାପତି ମନୋନୟନ ଲାଗି AICC ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହେବ । ପିସିସି ସଭାପତି ପଦରେ ନିରଞ୍ଜନ ପଟ୍ଟନାୟକଙ୍କ ସ୍ଥାନରେ ନୂତନ ସଭାପତି ନିଯୁକ୍ତି ପାଇଁ ହାଇକମାଣ୍ଡ ସ୍ଥିର କରିଥିବା ସୂଚନା ମିଳିଛି । ନୂତନ ନିଯୁକ୍ତି ନେଇ ଦଳୀୟ ସାଂସଦ, ବିଧାୟକ ଏବଂ ପରିଷ୍ଠ ନେତାଙ୍କ ସହ ବିଚାର ବିମର୍ଶ କରିବେ ରାଜ୍ୟ ପ୍ରଭାରୀ ଡକ୍ଟର ଏ ଚେଲ୍ଲକୁମାର ।

ନିଜେ ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟି ସଭାପତି ପଦରେ ରହିବାକୁ ଅନିଛା ପ୍ରକାଶ କରିଥିଲେ । ନିରଞ୍ଜନ କହିଛନ୍ତି, ମୁଁ ଦୁଇଥର ପଦ ତ୍ୟାଗ କରିଛି । ଦଳୀୟ ସଭାପତିଙ୍କ ନିର୍ଦ୍ଦେଶରେ ଦଳ ପାଇଁ କାମ କରୁଛି ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.