ରାଜ୍ୟ

ଦିଲ୍ଲୀରେ ପହଞ୍ଚିଛି ସାଗରଙ୍କ କର୍ମ କୁଶଳତାର ବାସ୍ନା, ବେଶ ଖୁସି ଅଛନ୍ତି ନୀଳଗିରି ବାସୀ

ଠିକ୍‌ ରେ ଚାଲି ପାରୁ ନାହାନ୍ତି । କିନ୍ତୁ ଏ ଦିବ୍ୟାଙ୍ଗ ଯୁବକ ଅନ୍ୟମାନଙ୍କ ପାଇଁ ଆଜି ଉଦାହରଣ ପାଲଟିଛନ୍ତି । କାରଣ ଅକ୍ଷାତ ପଲ୍ଲୀକୁ ଭାରତର ରାଜଧାନୀ ଦିଲ୍ଲୀରୁ ତାଙ୍କୁ ଡକରା ଆସିଛି । ନିଜର କଳା କୁଶଳତା ପାଇଁ ତାଙ୍କୁ ମିଳିବ ପୁରଷ୍କାର । ଆଦିବାସୀ ଅଧ୍ୟୁଷିତ ବଣ ପାହାଡ ଘେରା ମଫସଲ ଗାଁର ବିଖ୍ୟାତ ଶିଳ୍ପୀ ସାଗର ପଡ଼ିଆରୀ । ବଣମଲ୍ଲୀ ବଣରେ ଫୁଟି ଝରି ଯାଇଥାଏ। କିନ୍ତୁ ଏଠାରେ ବଣ ମଲ୍ଲୀ ସାଗରଙ୍କ କର୍ମ କୁଶଳତାର ବାସ୍ନା ରାଜଧାନୀ ଦିଲ୍ଲୀରେ ପହଞ୍ଚିବ । ଏନେଇ ନୀଳଗିରି ବାସୀ ବେଶ ଖୁସି ଅଛନ୍ତି ।

ବାଲେଶ୍ଵର ଜିଲ୍ଲା, ନୀଳଗିରି ବ୍ଲକ, ବରହମପୁର ପଞ୍ଚାୟତ ,ଅଂଳାପାଳ ଗାଁର ଦିବ୍ୟାଙ୍ଗ ଶିଳ୍ପୀ ସାଗର ପଡ଼ିଆର । ପିଲାଦିନେ ବାଲିରେ ଚିତ୍ର କଳା ପ୍ରଦର୍ଶନ କରୁଥିଲେ । ଆଉ ବର୍ତ୍ତମାନ ପ୍ରବଳ ଇଚ୍ଛା ଶକ୍ତି ଓ ଧର୍ଯ୍ୟ ପାଇଁ ଆଜି ସେ ହୋଇଛନ୍ତି ଜଣେ ପ୍ରଖ୍ୟାତ ଶିଳ୍ପୀ । ଦିବ୍ୟାଙ୍ଗ ହୋଇଥିଲେ ବି ହାର୍‌ ମାନି ନାହନ୍ତି ଏବଂ ତାଙ୍କ ଲକ୍ଷ୍ୟ ସ୍ଥଳରେ ସେ ପହଞ୍ଚି ପାରିଛନ୍ତି । କାଠରେ ଶ୍ରୀ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ମୂର୍ତ୍ତି ତିଆରି କରି ସମଗ୍ର ଦେଶରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ବୋଧହୁଏ ନୀଳଗିରି ଅଞ୍ଚଳର ସେ ପ୍ରଥମ ଦିବ୍ୟାଙ୍ଗ ଶିଳ୍ପୀ ଯାହାଙ୍କୁ ନେଇ ସମସ୍ତେ ଗର୍ବ ଅନୁଭବ କରୁଛନ୍ତି । ନିହାଣ ମୁନ ଓ ତୁଳିର ରଙ୍ଗରେ ସୃଷ୍ଟି କରିଛନ୍ତି ଅନେକ କାହାଣୀ । ଯାହାଙ୍କ ଉପରେ ଅନେକ ଜ୍ଞାନୀ ଗୁଣୀ ବ୍ୟକ୍ତି ବିଶେଷଙ୍କର ଆଜି ଦୃଷ୍ଟି ନିବଦ୍ଧ ହୋଇଛି । ଜଣେ ସଫଳ ଶିଳ୍ପୀର ସ୍ଵୀକୃତି ପାଇଛନ୍ତି ସେ ।

ବିଭିନ୍ନ ସମୟରେ ଜିଲ୍ଲା ମଧ୍ୟରେ, ଜିଲ୍ଲା ବାହାରେ ତଥା ଦେଶର ବିଭିନ୍ନ ରାଜ୍ୟରେ ତାଙ୍କର ଏଭଳି କାରିଗରୀ କୁଶଳତାକୁ ଉଚ୍ଚ ପ୍ରଶଂସା କରାଯାଇଛି । ଯେପରିକି ହାଇଦ୍ରାବାଦରୁ ଡକରା ପାଇ ସେଠାରେ ପହଁଚି ଜଗନ୍ନାଥ ମହାପ୍ରଭୁଙ୍କ ମୂର୍ତ୍ତି ନିର୍ମାଣ କରି ଅନେକ ଶ୍ରଦ୍ଧା ସମ୍ମାନ ସାଉଁଟିଥିଲେ । ପିଲାଦିନୁ ଦିବ୍ୟାଙ୍ଗ ନଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଅଣ୍ଟାରେ ଏକ ଛୋଟ ଅପରେସନକୁ ନେଇ ଗୋଡ଼ରେ ସମସ୍ୟା ଦେଖାଯାଇଥିଲା । କିଛି ଦିନ ପରେ ସେ ୯୦ ପ୍ରତିଶତ ଦିବ୍ୟାଙ୍ଗ ପାଲଟି ଯାଇଥିଲେ। ୯୦ ପ୍ରତିଶତ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କେବେ ତାଙ୍କ ଲକ୍ଷ ପଥରୁ ବିଚ୍ୟୁତ ହୋଇନାହାନ୍ତି । ଏ ପଟେ ପରିବାରର ବୋଝ। ସେପଟେ କର୍ତ୍ତବ୍ୟ ମଝିରେ ସାଗରଙ୍କ କଳା ଚରମ ଶିଖରରେ ପହଞ୍ଚିବା ପରେ ସମସ୍ତେ ଆନନ୍ଦିତ ହୋଇଛନ୍ତି । ଭାରତ ବୁକ୍ ଷ୍ଟାର ଆୱାର୍ଡ଼ ପାଇଁ ଆବେଦନ କରିଥିବା ଦିବ୍ୟାଙ୍ଗ ସାଗର ଜୁରି ମାନଙ୍କ ଦ୍ଵାରା ମନୋନୀତ ହୋଇ ଉକ୍ତ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଆଗାମୀ ଜାନୁୟାରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ ତାଙ୍କୁ ଦିଲ୍ଲୀ ଠାରେ ଏହି ପୁରଷ୍କାର ପ୍ରଦାନ କରାଯିବ । ଏଭଳି ଏକ ସୁନ୍ଦର ଚରିତ୍ର ଆଜି ସମସ୍ତଙ୍କ ପାଇଁ ଏକ ନୂଆ ସପ୍ନ ଓ ସମ୍ଭାବନା ସୃଷ୍ଟି କରିଛି ।

 

ଆଜି ନିଜ ଜନ୍ମ ମାଟି ଅଁଳାପାଳ ଗାଁରେ ଗ୍ରାମବାସୀ ମୁଖରୁ ତାଙ୍କର ଭୂରି ଭୂରି ପ୍ରଶଂସା ଶୁଣିବାକୁ ମିଳିଛି । ତେବେ ଆଗାମୀ ଦିନରେ ଦିବ୍ୟାଙ୍ଗ ହୋଇ କୁନି କୁନି ପିଲାଙ୍କୁ ଏହି କଳା ପ୍ରତି ଆକୃଷ୍ଟ କରି ତାଲିମ୍ ଦେବା ପାଇଁ ସେ ସ୍ବପ୍ନ ଦେଖଛନ୍ତି। ଯଦି ସରକାରୀ ସ୍ତରରେ ଅଥବା କୌଣସି ବେସରକାରୀ ସଂସ୍ଥା ପକ୍ଷରୁ ତାଙ୍କୁ ସହଯୋଗର ହାତ ମିଳିବ ତାହେଲେ ଏଭଳି ବିରଳ ବ୍ୟକ୍ତିତ୍ବ ନିଶ୍ଚିନ୍ତ ତାଙ୍କ ଲକ୍ଷ ପଥରେ ପହଞ୍ଚି ପାରିବେ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ।

Subhalaxmi Das

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

8 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

16 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

31 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

37 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

51 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago