ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ପୁରୀ ସହରବାସୀ

ପୁରୀ (କେନ୍ୟୁଜ): ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ପୁରୀ ସହରବାସୀ । ରତ୍ନ ସିଂହାସନରେ ଚାରି ମାସ ପରେ ଚର୍ମଚକ୍ଷୁରେ ମହାପ୍ରଭୁଙ୍କ ଦର୍ଶନ ପାଇ ଭାବବିହ୍ଵଳ ହୋଇଗଲେ ଶ୍ରଦ୍ଧାଳୁ। ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି । ଦୈନିକ ୧୦ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ଦର୍ଶନ ପୂର୍ବରୁ ମନ୍ଦିର ପରିସର,ସିଂହଦ୍ୱାରକୁ ସାନିଟାଇଜ କରାଯାଇଛି । ସକାଳ ୭ରୁ ସନ୍ଧ୍ୟା ୭ଟା ଯାଏ ବିଭିନ୍ନ ପର୍ଯ୍ୟାୟରେ ଓ୍ଵାର୍ଡ ୱାଇଜି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ଚିରିକୁଟି ଓ ଫଟୋ ସହ ଥିବା ପରିଚୟ ପ୍ରମାଣପତ୍ର ଦେଖାଇ ମନ୍ଦିର ଭିତରେ ପ୍ରବେଶ କରୁଛନ୍ତି ଭକ୍ତ ।

ଅନ୍ୟପଟେ ଘର ଘର ବୁଲି ତିନିଟି ରଙ୍ଗର ଟୋକନ୍‌ ବାଣ୍ଟିଛି ପ୍ରଶାସନ । ଭଡ଼ାଟିଆଙ୍କ ପାଇଁ ସ୍ୱତନ୍ତ୍ର ଟୋକନ୍‌ ବ୍ୟବସ୍ଥା ହୋଇଛି । ଶ୍ରୀମନ୍ଦିର ଭିତରକୁ ଦୀପ, ଫୁଲ ଓ ପ୍ରସାଦ ନେବାକୁ ମନା କରାଯାଇଛି। ଆଜିଠାରୁ ୨୦ ତାରିଖ ଯାଏ ୫ ଦିନ ପୁରୀ ସହରବାସୀ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ଏହାପରେ ୨୩ ତାରିଖରୁ ରାଜ୍ୟ ଓ ବାହାରର ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରି ପାରିବେ । ଏଥିପାଇଁ ୯୬ ଘଣ୍ଟା ପୂର୍ବରୁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ କିମ୍ବା ଟିକାର ଦୁଇଟି ଡୋଜ୍‌ ନେଇଥିବା ସାର୍ଟିଫିକେଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.