କରୋନା ସଂକଟ ବେଳେ ଗାଡି ଚାଳକଙ୍କୁ ଆଶ୍ୱସ୍ତି, ପୁଣି ବଢିଲା ଗାଡି କାଗଜପତ୍ର ଅବଧି

କେନ୍ୟୁଜ୍(ବ୍ୟୁରୋ): କରୋନା ସଂକଟ ବେଳେ ଗାଡି ଚାଳକଙ୍କୁ ଆଶ୍ୱସ୍ତି । ପୁଣି ବଢିଲା ଗାଡି କାଗଜପତ୍ର ଅବଧି । ଡିସେମ୍ବର ୩୧ ଯାଏ ଗାଡି କାଗଜପତ୍ର ଅବଧିକୁ ବୃଦ୍ଧି କରାଯାଇଛି । ଅବଧି ସରୁଥିବା ଗାଡିର ଫିଟ୍‌ନେସ୍‌ ସାର୍ଟିଫିକେଟ, ଯାତ୍ରୀ ପରିବହନ କରୁନଥିବା ଗାଡିର ରେଜିଷ୍ଟ୍ରେସନ ସାର୍ଟିଫିକେଟ , ଡ୍ରାଇଭିଂ ଲାଇସେନ୍ସ, ଲର୍ଣ୍ଣର୍ସ ଲାଇସେନ୍ସ, ବସର ପରମିଟ୍‌ର ବୈଧତା ବୃଦ୍ଧି ପାଇଁ ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏବେ ଡିସେମ୍ବର ଶେଷ ଯାଏ ବୈଧ ରହିବ ଗାଡିର କାଗଜପତ୍ର । ତେବେ ରାଜ୍ୟରେ ଗାଡ଼ି PUC ସାର୍ଟିଫିକେଟ ଅବଧି ବଢିବ ନାହିଁ ।

ପୂର୍ବରୂ ଚତୁର୍ଥ ଥର ପାଇଁ କେନ୍ଦ୍ର ସରକାର ଗାଡି କାଗଜପତ୍ର ଅବଧି ବଢାଇଛନ୍ତି । ପିୟୁସିସି ଅବଧି ସରିଥିଲେ ଜରିମାନା ଗଣିବାକୁ ପଡ଼ିବ । କେନ୍ଦ୍ର ଗାଇଡ୍‌ଲାଇନ୍‌ ଅନୁସାରେ ରାଜ୍ୟରେ ମଧ୍ୟ ଅବଧି ବୃଦ୍ଧି ହୋଇଛି । ପୂର୍ବରୁ ପ୍ରଥମେ ମାର୍ଚ୍ଚ, ଜୁନ୍‌ ୩୦ ଓ ସେପ୍ଟେମ୍ବର ୩୦ ତାରିଖ ଯାଏ ଗାଡ଼ି କାଗଜପତ୍ର ଅବଧି ବୃଦ୍ଧି କରାଯାଇଥିଲା । କରୋନା ମହାମାରୀ ଯୋଗୁୁଁ ଯେଉଁମାନଙ୍କର ଗାଡି ଫିଟ୍‌ନେସ୍‌, ପରମିଟ୍‌, ଲାଇସେନ୍ସ, ପଞ୍ଜୀକରଣ ଅବଧି ଗତ ଫେବ୍ରୁଆରି ୧ ପରେ ଶେଷ ହୋଇଛି କିମ୍ବା ଡିସେମ୍ବର ୩୧ ପୂର୍ବରୁ ଅବଧି ସରିବାର ରହିଛି ସେମାନଙ୍କ ବୈଧତାକୁ ବଢ଼ାଯାଇଛି ।

Leave A Reply

Your email address will not be published.