ରାଜ୍ୟ

ଏମିତି ବି ଆସେ ମୃତ୍ୟୁ, ମର୍ଣ୍ଣିଂ ୱାକ ବେଳେ ମହିଳାଙ୍କ ଉପରେ ଚଢ଼ିଗଲା ପିକପ ଭ୍ୟାନ୍

ସୋରଡ଼ା (କେନ୍ୟୁଜ): ମୃତ୍ୟୁ ଏପରି ଆସେ ତାହା ମନୁଷ୍ୟ ଜାଣି ନ ଥାଏ । ସକାଳୁ ସକାଳୁ ଏପରି ଏକ ଘଟଣା ଘଟିଛି ସୋରଡ଼ାରେ । ଚାରିଜଣ ମହିଳା ମିଶି ସକାଳ ଭୋର ରୁ ପ୍ରାତ ଭ୍ରମଣ କରୁଥିବା ସମୟରେ ଜରାଉ ବ୍ରିଜ ନିକଟରେ ମେକ୍ସ ପିକପ ଗାଡି ହାଠାତ ଆସି ଭ୍ରମଣ ସାରି ଫେରୁଥିବା ମହିଳା ପ୍ରମିଳା ଗଉଡ ଏନକେ ଉପରେ ଚଢିଗଲା । ସଙ୍ଗେ ସଙ୍ଗେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ମହିଳାଙ୍କୁ ସୋରଡା ମେଡିକାଲକୁ ଆଣିଥିଲେ । ପ୍ରାଥମିକ ଚିକିତ୍ସା ପରେ ମହିଳାଙ୍କୁ ବ୍ରହ୍ମପୁର ମେଡିକାଲକୁ 108 ଯୋଗେ ନିଆଯାଉଥିବା ସମୟରେ ବାଟରେ ମହିଳାଙ୍କ ମୃତ୍ୟୁ ଘଟିଛି ।

ଗତ ୨.୧.୨୩ ତାରିଖରେ ଆମ୍ବୁଲାନ୍ସ ଧକ୍କାରେ ଏକ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ଏକ ମହିଳାଙ୍କ ଦୁର୍ଘଟଣା ରେ ମୃତ୍ୟୁ ହୋଇଛି । ନୂଆ ବର୍ଷ ଆରମ୍ଭରୁ ଏପରି ଗାଡି ଦୁର୍ଘଟଣା ରେ ଦୁଇ ଜୀବନ ଯିବା ପରେ ଅଞ୍ଚଳରେ ଭୟ ସୃଷ୍ଟି କରିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗାଡି ଓ ଡ୍ରାଇଭରକୁ ଅଟକ ରଖିଛି ।

 

Barsha

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ବ୍ୟବସାୟୀଙ୍କ ପାଇଁ କିପରି କଟିବ ଦିନ

ମେଷ : କାର୍ଯ୍ୟ ସମ୍ବନ୍ଧୀୟ କିଛି ସୃଜନାତ୍ମକ ଚିନ୍ତାଧାରା ମନକୁ ଆସିପାରେ, ଯାହାକୁ ଆପଣ ନିଜ କାମରେ ବ୍ୟବହାର କରିପାରିବେ,…

5 hours ago

ଓଡ଼ିଶାର ଗଣମାଧ୍ୟମ ପରିବାର ପକ୍ଷରୁ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମ ଜଗତର ପ୍ରମୁଖ ବ୍ୟକ୍ତିିତ୍ୱ ରାମୋଜୀ ରାଓଙ୍କ ବିୟୋଗରେ ଓଡ଼ିଶାର ମିଡିଆ ପରିବାର ମଧ୍ୟରେ ଗଭୀର…

6 hours ago

ଫେସବୁକ ପ୍ରେମର କରୁଣ ପରିଣତି, ପ୍ରେମିକାର ଗଳା କାଟିବା ପରେ ନିଜ ଗଳା କାଟି ଜୀବନ ହାରିଲେ ପ୍ରେମିକ

ଦେବଗଡ଼ : ଫେସବୁକ ପ୍ରେମର କରୁଣ ପରିଣତି l ସାହି ଦାଣ୍ଡରେ ପ୍ରେମିକାର ତଣ୍ଟି କାଟିବା ପରେ ନିଜେ ନିଜ…

7 hours ago

ଥାନାକୁ ଡାକି ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ କରିବା ଘଟଣା : ନିଲମ୍ବିତ ହେଲେ ପୋଲିସ ଏଏସଆଇ

ସୁବର୍ଣ୍ଣପୁର : ମିଛ କେଶରେ ଯୁବକଙ୍କୁ ଥାନାକୁ ଡାକି ଥାର୍ଡ଼ ଡିଗ୍ରୀ କରିବା ଏଏସଆଇଙ୍କୁ ମହଙ୍ଗା ପଡିଲା  l ଘଟଣାକୁ…

7 hours ago

ରୋଗୀ ଆଣୁଥିବା ବେଳେ 108 ଆମ୍ବୁଲାନ୍ସରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ଡ୍ରାଇଭର

ବାସୁଦେବପୁର :  ଭଦ୍ରକ ଜିଲ୍ଲା ବାସୁଦେବପୁର ଜାମୁଝାଡି ରାସ୍ତାର ବେତଡା ପେଟ୍ରୋଲ ପମ୍ପ ନିକଟରେ ରୋଗୀ ଆଣୁଥିବା ବେଳେ 108 …

7 hours ago

କୋଇଲା ଟ୍ରେନରେ ନିଆଁ, ଆୟତ୍ତ କରିବା ପାଇଁ ଲାଗିଛନ୍ତି ଦମକଳ ବାହିନୀ

ସୋର : କୋଇଲା ବଗିରେ ଲାଗିଛି ନିଆଁ  l କୋଇଲା ବୋଝେଇ ଟ୍ରେନ ଧାମରାରୁ ଖଡ଼ଗପୁର ଯିବା ବେଳେ ସୋର…

8 hours ago