ରାଜ୍ୟ

ଚଳନ୍ତା ଗାଡ଼ିରେ ଲାଗିଲା ନିଆଁ, ଅଳ୍ପକେ ବଞ୍ଚିଲା ଡ୍ରାଇଭରଙ୍କ ଜୀବନ

ବାଙ୍କୀ (କେନ୍ୟୁଜ): ଚଳନ୍ତା ଗାଡ଼ିରେ ନିଆଁ। ରାସ୍ତାରେ ଯାଉଥିବା ବେଳେ ନିଆଁ ଲାଗି ଜଳିଗଲା ପିକଅପ୍ ଭ୍ୟାନ୍। ବାରଙ୍ଗ ଥାନା ଅନ୍ତର୍ଗତ ଗୋଡିସାହି ଠାରେ ରାସ୍ତା ଉପରେ ଜଳିଗଲା । ଗତକାଲି ରାତିରେ ପିକଅପ୍ ଭ୍ୟାନଟି ଭୁବନେଶ୍ବରରୁ ଅନୁଗୁଳ ଯାଉଥିବାବେଳେ ହଠାତ ନିଆଁ ଲାଗିଯାଇଥିଲା। ଚାହୁଁ ଚାହୁଁ ହୁତୁ ହୁତୁ ହୋଇ ଜଳିଯାଇଥିଲା।

ନିଆଁ ଲାଗିଥିବା ଦେଖି ଡ୍ରାଇଭର ତୁରନ୍ତ ଗାଡିରୁ ଓହ୍ଲାଇ ପଡିଥିଲେ। ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକି ଆୟତ୍ତ କରିଥିଲା। ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଗାଡିରେ ଥିବା କପଡ଼ା ପୋଡ଼ି ପାଉଁଶ ହୋଇଯାଇଛି।

Barsha

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

15 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

18 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

22 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

34 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

51 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago