ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିଲା ପିକନିକ ବସ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
ପାରାଦୀପ: ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିଲା ବସ୍ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର। ପାରାଦୀପ କୁଜଙ୍ଗ ବ୍ଲକ ୧୫ ନମ୍ବର ନିକଟରେ କଟକରୁ ପାରାଦୀପ ଆସୁଥିବା ଡଲଫିନ ବସ୍ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସି ପଡ଼ିଛି । ପିକନିକ ସାରି ଫେରୁଥିବା ବେଳେ ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି।
ସୂଚନା ଅନୁସାରେ ଡଲ୍ଫିନ୍ ବସ୍ ଏକାଧିକ ଯାତ୍ରୀଙ୍କୁ ନେଇ ପିକ୍ନିକ୍ ଯାଇଥିଲେ । ସେଠାରୁ ଫେରିବା ପରେ ସମସ୍ତ ଛାଡି ବସ୍ଟି ପାରାଦୀପ ଫେରୁଥିଲା । ପରେ ପାରାଦୀପରୁ କଟକ ଯାତ୍ରୀଙ୍କୁ ନେଇ ଯାଇଥାନ୍ତି । ହେଲେ କୁହୁଡ଼ି ହୋଇଥିବାରୁ ଡ୍ରାଇଭର ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିଯାଇଥିଲା । ତେବେ ସକାଳ ସମୟ ହୋଇଥିବାରୁ କାହାର କୌଣସି ବଡ଼ଧରଣ କ୍ଷତି ହୋଇନାହିଁ । ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭର ଏବଂ ହେଲ୍ପରଙ୍କୁ ଉଦ୍ଧାର କରିଥିଲେ । ଏହାପରେ ରାସ୍ତାକଡ଼କୁ ଖସିଥିବା ବସ୍କୁ ଟାଣି ଉପରକୁ ଆଣିଛନ୍ତି ।