ଲଗାଣ ବର୍ଷା ଯୋଗୁଁ ଭୁଶୁଡି ପଡିଲା ଫାପୁଡିଆ ପୋଲ : ଯାତାୟାତ ଠପ୍

ଆନନ୍ଦପୁର (କେନ୍ୟୁଜ): ଭୁଶୁଡି ପଡିଛି ଫାପୁଡିଆ ପୋଲ । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଭୁଶୁଡି ପଡିଛି ପୋଲ । ଆନନ୍ଦପୁର ଉପଖଣ୍ଡର ସରେଇଁ ରାସ୍ତାର ଫାପୁଡିଆ ନାଳ ଉପରେ ଥିବା ପୋଲଟି ଭୁଶୁଡି ପଡି ଯାତାୟତ ଠପ୍‌ ହୋଇଯାଇଛି । ଶାଳପଡାଠାରୁ ସରେଇଁ ରାସ୍ତା ଦେଇ ପ୍ରତିଦିନ ଶହ ଶହ ଲୋକେ ଯାତାୟତ କରନ୍ତି । ପ୍ରତି ବର୍ଷ ସାମାନ୍ୟ ବର୍ଷାରେ ଏହି ପୋଲଟି ଭୁଶୁଡି ପଡିଥାଏ ।

ମରାମତି ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ମଧ୍ୟ କରାଯାଏ । ତଥାପି ଭଲ ପୋଲଟିଏ ନିର୍ମାଣ ହୋଇପାରିନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏଠାରେ ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.