ଶ୍ରୀମନ୍ଦିରରୁ ଚୋରି କରି ଅଟକ, କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ

ପୁରୀ : ଶ୍ରୀମନ୍ଦିର ପଶ୍ଚିମଦ୍ବାର ନିକଟରେ ଚୋରି ଅଭିଯୋଗରେ ଜଣେ ଅଟକ । ନିର୍ମାଲ୍ୟ ଖଳାରେ ଭାରାବନ୍ଧା ଲୁହା କଟିଂ ପିସ୍ ଚୋରି ଅଭିଯୋଗ ଜଣେ କର୍ମଚାରୀଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ଅଟକ ଯୁବକ ଲୋକନାଥ ସ୍ବାଇଁ । ଏଏସଆଇ ପକ୍ଷରୁ ସିଂହଦ୍ୱାର ଥାନାରେ ଏନେଇ ଲିଖିତ ଅଭିଯୋଗ କରାଯାଇଛି ।
ଚୋରୀ କରିଥିବା ବ୍ୟକ୍ତି ନିର୍ମାଲ୍ୟ ଖଳାରେ କାହା ଦ୍ୱାରା ନିୟୋଜିତ ହୋଇଥିଲେ, କଣ କାର୍ଯ୍ୟ କରୁଥିଲେ,ଏକାକୀ ଚୋରୀ କରିଛନ୍ତି କି ଆଉ କିଏ ସମ୍ପୃକ୍ତ ଅଛି ସେ ନେଇ ତଦନ୍ତ କରାଯାଉଥିବା ପୁରୀ ଏସପି ବିନୀତ ଅଗ୍ରୱାଲ କହିଛନ୍ତି।
Also read:ଶ୍ରୀମନ୍ଦିର ଚାରିପଟେ ପୋଷ୍ଟର ଲଗାଇଲା ପୁରୀ ପୋଲିସ୍, ମୋବାଇଲ୍ ଫୋନ୍ ବି ନିଷେଧ