ଝାରସୁଗୁଡା ଶାନ୍ତି ନଗରରେ ଗୁଳିମାଡ ଘଟଣା, ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ

ଝାରସୁଗୁଡା : ଝାରସୁଗୁଡା ଶାନ୍ତି ନଗରରେ ଗୁଳିମାଡ ଘଟଣା । ଜଣେ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିବା ସୂଚନା ମିଳିଛି । ଆହତ ଜଣକ ହେଲେ ୩୨ବର୍ଷୀୟ ରାକେଶ ଓରାମ। ଝାରସୁଗୁଡାର ରାଜା ଗୁପ୍ତା ଗୁଳିମାଡ଼ କରିଥିବା କହିଲେ ରାକେଶ ।  ସୂଚନାନୁସାରେ ଗତକାଲି ରାକେଶ ଓ ରାଜାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।

ଏହି ଝଗଡ଼ାକୁ କେନ୍ଦ୍ର କରି ଆଜି ଦିନ ପ୍ରାୟ ଅଢେଇଟାରେ ରାଜା ନିଜ ବାପା ଓ ଭଉଣୀ ଜୋଇଁ ସହ ଆସି ରାକେଶର ଘରକୁ ପଶି ଗୁଳିମାଡ଼ କରିଥିବା ରାକେଶଙ୍କ ମା କହିଛନ୍ତି ।  ଆଜି ରାକେଶର ଘରକୁ ପଶି ଆସି ୨ ରାଉଣ୍ଡ ଗୁଳିମାଡ କରିଥିଲା । ବର୍ତ୍ତମାନ ରାକେଶ ଗୁରୁତର ଅବସ୍ଥାରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଅନ୍ୟପକ୍ଷରେ ଏହି ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like