ବିରଳ ପ୍ରଜାତିର କସ୍ତୁରୀ ମୃଗ ଦାନ୍ତ ଉଦ୍ଧାର କଲା ବନବିଭାଗ , ବିକ୍ରି ବେଳେ ଦୁଇ ଗିରଫ

କରଞ୍ଜିଆ (କେନ୍ୟୁଜ): ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡକୁ ମିଳିଛି ବଡ଼ ସଫଳତା । ଗତକାଲି ସନ୍ଧ୍ୟାରେ ସମୟରେ ଆନ୍ଧ୍ରର ଦୁଇଜଣ ବ୍ୟକ୍ତିଙ୍କ ଠାରୁ ବିରଳ ପ୍ରଜାତିର କସ୍ତୁରୀ ମୃଗ ଦାନ୍ତ ଜବତ ହେଇଛି । ଦୁଧିଆଣି ରେଞ୍ଜ ଅଞ୍ଚଳରେ ବିକ୍ରି କରିବା ପାଇଁ ଯୋଜନା କରୁଥିବା ବ୍ରଲେ ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ଜବତ କରିଥିଲେ । ଏମାନଙ୍କ ଠାରୁ କସ୍ତୁରୀ ମୃଗ ଦାନ୍ତ ,କଲରାପତିରିଆ ବାଘ ନଖ ୪ ଟି ନଖ , ବର୍ଯ୍ୟକାପ୍ତା କାତି ପ୍ରଭୁତି ସାମଗ୍ରୀ ଜବତ ହେଇଛି ।

ବନ ବିଭାଗ ମିଳିଥିବା ସୂଚନା ଅନୁଯାୟୀ ଜାମୁକାଶ୍ମୀର ରେ ଏହି ବିରଳ ପ୍ରଜାତିର କସ୍ତୁରୀ ମୃଗ ଦେଖା ଯାଆନ୍ତି । ଏମାନେ ବିକ୍ରି କରୁବା ପାଇଁ ଆସିଥିବା ବେଳେ ଦୁଇଜଣଙ୍କୁ ଗିରଫ କରିଛନ୍ତି ବନ ବିଭାଗ । ଆଜି ଏମାନଙ୍କୁ କରଞ୍ଜିଆ କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.