ଅସହାୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା, ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅଞ୍ଚଳରେ ଅସହାୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ସଂପୃକ୍ତି ରିହଛି । ପୋଲିସ ସଂପୃକ୍ତ ନାବାଳକଙ୍କୁ ଅନୁଗୋଳ ସୁଧାର ଗୃହକୁ ପଠାଇଛି । ଘଟଣାରେ ସଂପୃକ୍ତ ପୂର୍ବରୁ ୪ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ବର୍ତ୍ତମାନ ୭ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତଙ୍କ ପୂର୍ବରୁ ଜଣେ ମୃତ୍ୟୁ ଘଟିଛି । ଆଉ ଜଣେ ଅଭିଯୁକ୍ତ କୁ ପୋଲିସ ଧରିବା ପାଇଁ ଗୁରୁତର ସହ ଉଦ୍ୟମ କରୁଛି । ଅଭିଯୋଗ ଅନୁଯାୟୀ, ୨୨ବର୍ଷୀୟା ଯୁବତୀଙ୍କୁ କିଛି ମାସ ଧରି ଗଣଦୁଷ୍କର୍ମର ଶୀକାର ହୋଇଥିଲେ ।
୬ଜଣ ଯୁବକ ଓ ସଂପୃକ୍ତ ନାବାଳକ ରାତିରେ ପୀଡ଼ିତାଙ୍କୁ ଅଙ୍ଗନବାଡ଼ି କେନ୍ଦ୍ର ଛାତ ଉପରକୁ ନେଇ ପାଶବିକ ଅତ୍ୟାଚାର କରିଆସୁଥିଲେ । ଏହି ଘଟଣା ଜଣାପଡ଼ିବା ପରେ ଗ୍ରାମରେ ଏକ ବୈଠକ ବସି ସମାଧାନ କରିବାକୁ ଉଦ୍ୟମ କରାଯାଇଥିଲା । ତଥାପି ଯୁବକମାନେ ଅମାନବୀୟ କାଣ୍ଡରୁ ନିବୃତ୍ତ ରହିନଥିଲେ । ପୀଡ଼ିତା ଏବେ ୭ ମାସର ଗର୍ଭବତୀ ଅଛନ୍ତି । ଏନେଇ ସଖୀ ସେଣ୍ଟର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ଘଟଣା ସମ୍ପର୍କରେ ଗାଁ ଲୋକ ଜାଣି ଥିବା ବେଳେ କିଭଳି ଅଙ୍ଗନବାଡ଼ି କର୍ମୀ ଏବଂ ଆଶା କର୍ମୀ ଜାଣି ପାରିଲେ ନାହିଁ ସେ ସମ୍ପର୍କରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗାଁକୁ ଯାଇ ତଦନ୍ତ କରିଛନ୍ତି।
ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗକୁ ରିପୋର୍ଟ ଦେଇଛନ୍ତି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ । ଘଟଣା ଗୁରୁତର ଥିବାରୁ ଏହାକୁ ରେଡ଼ ଫ୍ଲାଗ ମାମଲା ଭାବେ ଗ୍ରହଣ କରିଛି ପୋଲିସ । ଜଣେ ମହିଳା DSPଙ୍କୁ ଦାୟିତ୍ୱ ଦିଆଯିବା ସହ ଘଟଣାରେ ଖୁବ ଶୀଘ୍ର ତଦନ୍ତ କରାଯାଇ ଚାର୍ଜସିଟ୍ ପ୍ରଦାନ କରାଯିବ । ରାଜ୍ୟ ମହିଳା କମିସନର ଅଧ୍ୟକ୍ଷା ମିନତି ବେହେରା ତୁରନ୍ତ ଦୋଷୀଙ୍କୁ ଧରିବାକୁ ପୋଲିସ କୁ ନିର୍ଦ୍ଦେଶ ଦେଇଛନ୍ତି ।