ପ୍ରକୃତିଙ୍କୁ ଘଣ୍ଟାଘଣ୍ଟା ଜେରା କଲା ପୋଲିସ, ପଚାରିଲା ପ୍ରଶ୍ନ ପରେ ପ୍ରଶ୍ନ

ଭୁବନେଶ୍ୱର (କେନ୍ୟୁଜ): ପ୍ରକୃତିଙ୍କ ଘରେ ପୋଲିସ୍‌ । ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଘରେ ଖାରବେଳନଗର ଥାନା ପୋଲିସ୍‌ ପହଞ୍ଚି ବୟାନ ରେକର୍ଡ କରିଛି । ଘଣ୍ଟାଏ ଧରି ପୋଲିସ ତାଙ୍କୁ ପଚରାଉଚରା କରିଛି । ଭୁବନେଶ୍ୱର ସ୍ଥିତ ବାସଭବନରେ ଅଭିଭାବକ ଉପସ୍ଥିତିରେ ପ୍ରକୃତି ମିଶ୍ରଙ୍କୁ ଜେରା କରିଛି ପୋଲିସ । ଦୁଇଟି ଅଭିଯୋଗର ତଦନ୍ତ କରୁଛି ପୋଲିସ । ଅଭିନେତ୍ରୀ ପ୍ରକୃତିଙ୍କ ବିରୋଧରେ ବାବୁସାନଙ୍କ ପତ୍ନୀ ତୃପ୍ତି ଅଭିଯୋଗ ଆଣିଥିଲେ ।

ସେହିପରି ପ୍ରକୃତିଙ୍କ ପରିବାର ପକ୍ଷରୁ ତୃପ୍ତି ଓ ତାଙ୍କ ବାପା ଲଲିତ ଶତପଥୀଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି । ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କୁ ନୋଟିସ ହୋଇଛିା ତୃପ୍ତି ଶତପଥୀଙ୍କୁ ଧାରା 41-କ ଅନୁସାରେ ନୋଟିସ କରିଛି ଭୁବନେଶ୍ୱର ଖାରବେଳନଗର ଥାନା ପୋଲିସ । ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ରଙ୍କ ଅଭିଯୋଗ ଅନୁସାରେ ନୋଟିସ କରାଯାଇଛି । ପୂର୍ବରୁ ତୃପ୍ତିଙ୍କୁ ପୋଲିସ ପଚରା ଉଚରା କରିଥିଲା । ଏହାସହ ପୂର୍ବରୁ ତୃପ୍ତିଙ୍କ ବାପା ଲଳିତ ଶତପଥୀଙ୍କୁ ମଧ୍ୟ ପଚରାଉଚରା କରିଥିଲା ପୋଲିସ ।

ସେହିପରି ମନ୍ମଥ ମିଶ୍ର କହିଛନ୍ତି ଯେ, ପ୍ରକୃତିଙ୍କୁ ପୋଲିସ ଯାହା ଯାହା ପଚାରିଛି ସମସ୍ତ ଉତ୍ତର ରଖିଛନ୍ତି ପ୍ରକୃତି । ଆଇନ ନିକଟରୁ ନ୍ୟାୟ ପାଇବି ବୋଲି ଆଶା ରଖିଛି । ଘଟଣା ଘଟିଥିବା ଦିନ ଏବଂ ତା ପରବର୍ତ୍ତୀ ଦିନର ତଥ୍ୟ ସଂଗ୍ରହ କରିଛି ପୋଲିସ । ଶନିବାରର ଘଟଣାକୁ ନେଇ ମୁଁ ଥାନା ଏତଲା କରିଥିଲି । ମୋତେ ପଚାରିଥିଲେ, ଆଜି ପ୍ରକୃତିକୁ ପଚାରିଛନ୍ତି । କାର୍ଯ୍ୟନୁଷ୍ଠା ଆଶା କରୁଛି । ଆଉ ବାବୁ ତୁରନ୍ତ ଘରକୁ ଫେରିଯାଆନ୍ତୁ ବୋଲି କହିଛନ୍ତି ।

ପ୍ରକୃତିଙ୍କୁ ପୋଲିସର ପ୍ରଶ୍ନ

୧. ବାବୁସାନଙ୍କ ସହ କେତେ ଦିନର ସମ୍ପର୍କ ?
୨. ୨୩ ତାରିଖ ସକାଳେ ଘଟଣା କେତେବେଳେ ଘଟିଥିଲା ?
୩. ବାବୁସାନଙ୍କ ସହ ଗାଡ଼ିରେ କୁଆଡ଼େ ଯାଉଥିଲେ ?
୪. କେମିତି ଓ କେଉଁ ପରିସ୍ଥିତିରେ ରାସ୍ତାରେ ଝଗଡ଼ା ହେଲା ?
୫. ଗାଡ଼ିରେ ଆଉ କିଏ ସବୁ ଥିଲେ ?
୬. ରାସ୍ତା ଅବରୋଧ କରିଥିବା ଲୋକଙ୍କୁ ଚିହ୍ନିଛନ୍ତି କି ?
୭. ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ସହ ଆଗରୁ ଝଗଡ଼ା ହୋଇଥିଲା କି ?
୮. ଝଗଡ଼ା ପରେ ବାପା ମାଆଙ୍କୁ ଜଣାଇଥିଲେ କି ?
୯. ଚେନ୍ନାଇ କାହିଁକି ଗଲେ ଓ କେଉଁଠି ରହୁଥିଲେ ?
୧୦. ବାବୁସାନଙ୍କ ପତ୍ନୀ ଓ ପରିବାର ଆଣିଥିବା ଅଭିଯୋଗର ସତ୍ୟତା କଣ ?
୧୧. ପୂର୍ବରୁ ଦୁଇ ପରିବାର ଭିତରେ କୌଣସି କଥାବାର୍ତ୍ତା ହୋଇଥିଲା କି ?
୧୨. ବାବୁସାନଙ୍କ ସହ ଭୁବନେଶ୍ୱରରେ ଏକାଠି ରହୁଥିଲେ କି ?
୧୩. ତୃପ୍ତି ବୈବାହିକ ଅଶାନ୍ତି ନେଇ ବୁଝାଇଥିଲେ କି ?
୧୪. ବିରୋଧ ସତ୍ତ୍ୱେ କାହିଁକି ବାବୁସାନଙ୍କ ସହ ମିଳାମିଶା କରୁଥିଲେ ?
୧୫. ସମ୍ପର୍କ କେବଳ ବୃତ୍ତିଗତ ନା ଆଉ କିଛି ଭିତିରି ସମ୍ପର୍କ ଥିଲା ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.