ଟ୍ରେନ୍ ଭିତରୁ ଯାତ୍ରୀଙ୍କ ମୃତଦେହ ଠାବ, ଶୋଇଥିବା ଅବସ୍ଥାରେ ଉଦ୍ଧାର କଲା ପୋଲିସ୍

କୋରାପୁଟ(କେନ୍ୟୁଜ): ଭୁବନେଶ୍ବରରୁ ଜଗଦଲପୁର ଅଭିମୁଖେ ଯାଉଥୁବା ହୀରା ଖଣ୍ଡ ଟ୍ରେନରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଦେହ ଠାବ। S1 ବଗିର ୧୫ ନଂ ସିଟରେ ଯାତ୍ରୀ ଜଣକ ଶୋଇବା ଅବସ୍ଥାରେ ମୃତ୍ୟୁ ଦେହ ଠାବ । ଶୋଇଥିବା ବେଳେ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି ।

କୋରାପୁଟ ରେଳ ଷ୍ଟେସନରେ ଷ୍ଟେସନ ନେନେଜରଙ୍କ ଉପସ୍ଥିତିରେ ରେଳବାଇ ଡାକ୍ତର ସ୍ବାସ୍ଥ୍ୟ ପରିକ୍ଷା କରିଥିଲେ । ଅଚିହ୍ନା ଯାତ୍ରୀ ଜଣଙ୍କର ମୃତଦେହକୁ କୋରାପୁଟରେ ଟ୍ରେନରୁ ଓହ୍ଲାଇବା ପରେ ଟ୍ରେନଟି ଜଗଦଲପୁର ଅଭିମୁଖେ ଯାତ୍ରା କରିଛି । ଶବକୁ ଉଦ୍ଧାର କରିଛି ଜିଆରପି ପୋଲିସ। ମୃତକଠାରୁ ବ୍ରହ୍ମପୁରରୁ କୋରାପୁଟ ଆସିଥିବା ସାଧାରଣ ଟିକେଟ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.