ରାଜ୍ୟ

ଗରିବ ଲୋକଙ୍କୁ ମିଳୁନି ଆବାସ ଘର, କିନ୍ତୁ ଅନ୍ୟମାନେ ବାରମ୍ବାର ଉଠାଉଛନ୍ତି ଯୋଜନାର ଲାଭ

ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଶ୍ରେଣୀର ଲୋକ ଯେଉଁ ମାନେ ଅର୍ଥ ଅଭାବରୁ କଚ୍ଚା ଓ ଚାଳ ଛପର ଘରେ ରହୁଛନ୍ତି ସେମାନଙ୍କୁ ଚିହ୍ନଟ କରି ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦେବାପାଇଁ ଉଭୟ କେନ୍ଦ୍ର ତଥା ରାଜ୍ୟ ସରକାର ନିୟମାବଳୀ କରିଛନ୍ତି । କିନ୍ତୁ ସେ ସବୁ ନିୟମକୁ ବେଖାତିର କରି ଆବାସ ଯୋଜନାରେ ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କ ବଦଳରେ ଅନେକ ଅଯୋଗ୍ୟ ତଥା ଥିଲା ବାଲା ଲୋକଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇଛି ।

ଫଳରେ ପ୍ରକୃତ ଗରିବ ଲୋକ ମାନେ ଆଜି ପର୍ଯ୍ୟନ୍ତ ସେହି ନଡ଼ା ଛପର ଘରେ ପାଲ ଟାଣି ବହୁ କଷ୍ଟରେ ମୁଣ୍ଡ ଗୁଞ୍ଜି ରହୁଛନ୍ତି । ଆବାସ ଯୋଜନାରେ ଯେଉଁ ତାଲିକା କରାଯାଇଛି ସେଥିର ଚଞ୍ଚକତା ପାଇଁ ନୂଆ ତରିକା ଆପଣାଯାଇଛି । ଯୋଗ୍ୟଙ୍କୁ ବାଛି ଅଯୋଗ୍ୟଙ୍କୁ ବାଦ ଦେବା ପାଇଁ ହୋଇଥିବା ତଦନ୍ତ ରିପୋର୍ଟରେ ମଧ୍ୟ ସତକୁ ଲୁଚାଇ ଦିଆଯାଇଛି । ଏମିତି ଘଟଣା ଦେଖିବା ପାଇଁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ରଂଜିତ ପଞ୍ଚାୟତରେ ।

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ରଣଜିତ୍ ପଞ୍ଚାୟତରେ ଆବାସ ଯୋଜନାକୁ ନେଇ ଅନେକ ଅଭିଯୋଗ । ତାହା ପୁଣି ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ୧୫ରୁ ଅଧିକ ଆବାସ ଘରରେ ଚଞ୍ଚକତା ଅଭିଯୋଗ ହେଉଛି । ଏଠାରେ ପ୍ରଥମ ଥର ଭଣ୍ଡାରିପୋଖରୀ ବିଡ଼ିଓଙ୍କ ନିର୍ଦ୍ଦେଶରେ ଏକ ଟିମ ପଞ୍ଚାୟତରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିଥିଲା । ପରେ ସେହି ତାଲିକା ଦେଖି ଗ୍ରାମବାସୀ ପୁଣି ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଣି ୩ ଜଣିଆ କମିଟି ତଦନ୍ତ କରିବା ପରେ ୧୧୬ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ହେଲା ।

ଏହି ତାଲିକାରେ ସମସ୍ତ ତଥ୍ୟ ରହିଲା ଯେ କେଉଁ ହିତାଧିକାରୀଙ୍କ କଚ୍ଚା ଘର ଅଛି, କେଉଁ ହିତାଧିକାରୀଙ୍କ ପରିବାରକୁ ପୂର୍ବରୁ ଅନ୍ୟ ଯୋଜନାରେ ଘର ମିଳିଛି । କିନ୍ତୁ ଏବେ ଆର୍ଟିଆଇ ତଥ୍ୟ କହୁଛି ଯେ ତାଲିକାକୁ ବାଦ କରି ଅଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାର ଘର ଦିଆଯାଇଛି । ଫଳରେ ଏହି ପଞ୍ଚାୟତର ପ୍ରକୃତ ଗରିବ ଭିନ୍ନକ୍ଷମ ଲୋକମାନେ ଆବାସ ଯୋଜନାରେ ଘର ଖଣ୍ଡିଏ କରିବା ପାଇଁ କୌଣସି ଆର୍ଥିକ ସହାୟତା ନ ପାଇ ସେହି ପୁରୁଣା ଚାଳ ଛପର କୁଡ଼ିଆ ଘରେ ବହୁ କଷ୍ଟରେ ମୁଣ୍ଡ ଗୁଞ୍ଜି ରହୁଛନ୍ତି ।

ଏପରିକି ଛପର ଘର କରିପାରୁ ନ ଥିବାରୁ ଖରା ବର୍ଷାରୁ ରକ୍ଷା ପାଇବା ପାଇଁ ଏହି ପଞ୍ଚାୟତର ଗରିବ ଲୋକମାନେ ନିଜ ଘରେ ପାଲ ଟାଣି ବହୁ କଷ୍ଟରେ ଦୁର୍ବିସହ ଜୀବନ ବିତାଉଛନ୍ତି । ସେହିପରି ଏହି ପଞ୍ଚାୟତରେ ଆବାସ ଯୋଜନା ତାଲିକାରେ ହୋଇଥିବା ଏହି ଘଟଣା ସମ୍ପର୍କରେ ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁଯାଇ ଯେଉଁ ବ୍ୟକ୍ତିଙ୍କର ପକ୍କା ଘର ଅଛି ସେହି ପରିବାରକୁ ଆବାସ ଯୋଜନାରେ କାର୍ଯ୍ୟାଦେଶ ମିଳିଛି । ଏମିତିକି ସେମାନେ ସବୁ କିସ୍ତି ଟଙ୍କା ମଧ୍ୟ ପାଇ ସାରିଛନ୍ତି ।

ଏହି ଘଟଣାକୁ ନେଇ ଗ୍ରାମବାସୀ ବିଡ଼ିଓଙ୍କ ଠାରୁ ନେଇ ତତ୍କାଳୀନ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ଅଭିଯୋଗ କରିଛନ୍ତି । କିନ୍ତୁ ତଦନ୍ତର ନାଁ ଗନ୍ଧ ନାହିଁ, ଶେଷରେ ଲୋକମାନେ ଏପରି ଚଞ୍ଚକତା ସମ୍ପର୍କରେ ଏବର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଜିଲ୍ଲାପାଳ କହିଛନ୍ତି ଅଭିଯୋଗକୁ ତର୍ଜମା କଲା ପରେ ନିଶ୍ଚୟ ଏହା ଉପରେ ତଦନ୍ତ କରାଯିବ । ଏହି ପଞ୍ଚାୟତରେ ହୋଇଥିବା ସମ୍ପୃକ୍ତ ଘଟଣାକୁ ନେଇ ନିରପେକ୍ଷ ତଦନ୍ତ କରାଯାଇ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପଞ୍ଚାୟତ ବାସିମାନେ ଦାବି କରିଛନ୍ତି ।

KNews Bureau

Recent Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ଟିମ୍ ରେ ୭୨ ଜଣ ମନ୍ତ୍ରୀ, ୩୦ କ୍ୟାବିନେଟ, ୫ ଜଣ ରାଷ୍ଟ୍ରପାହ୍ୟା ସ୍ବାଧୀନ ଓ ୩୬ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ୭୨ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ଏମାନଙ୍କ ମଧ୍ଯରେ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ରହିଥିବା…

1 hour ago

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ପଡ଼ୋଶୀ ରାଷ୍ଟ୍ର ନେତାଙ୍କ ସହ ସେଲିବ୍ରିଟି ଓ ଶିଳ୍ପପତିଙ୍କ ଗହଳି, ଶାହାରୁଖ, ରଜନୀକାନ୍ତ, ଅକ୍ଷୟ,ଅମ୍ବାନୀ ଓ ଆଦାନୀ

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ସେଲିବ୍ରିଟିଙ୍କ ଗହଳି। ଶାହାରୁଖ ଖାନ, ରଜନୀକାନ୍ତ, ଅକ୍ଷୟ କୁମାର ସାମିଲ ହୋଇଥିଲେ। ଅନୀଲ କପୁର,…

2 hours ago

‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ଉଦଯାପିତ, ଯୋଗଦେଲେ ବଲିଉଡର ଖ୍ୟାତନାମା ନିର୍ଦ୍ଦେଶକ ଅମିତ ରାଏଙ୍କ ସହ ବିଶିଷ୍ଟ ଲେଖିକା ଡକ୍ଟର ପ୍ରତିଭା ରାୟ

ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଛି । ଶେଷ…

2 hours ago

ମୋଦିଙ୍କ ନୂଆ ଟିମରେ ଓଡ଼ିଶାର ୩ ସାଂସଦ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ

ମୋଦିଙ୍କ ନୂଆ ଟିମରେ ଓଡ଼ିଶାର ୩ ସାଂସଦ । ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ ।…

3 hours ago

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ, ଶପଥ ନେଲେ ପ୍ରଧାନମନ୍ତ୍ରୀଙ୍କ ସହ ଟିମ୍‌ କ୍ୟାବିନେଟ୍‌, ଓଡିଶାକୁ ୩ କ୍ୟାବିନେଟ ମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ …

4 hours ago

ବସ୍‌ ରେ ଯାତ୍ରା ସମୟରେ ଖସି ପଡ଼ୁଥିଲେ ଯାତ୍ରୀ, ସୁପରମ୍ୟାନ୍‌ ଭାବେ ଜୀବନ ରକ୍ଷା କଲେ କଣ୍ଡକ୍ଟର

ଯଦି ଆପଣ ଚଳଚ୍ଚିତ୍ରରେ 'ସ୍ପାଇଡରମ୍ୟାନ୍' ଦେଖିଥିବେ, ତେବେ ଆପଣ ବୋଧହୁଏ ଜାଣିଥିବେ ଷଷ୍ଠ ଇନ୍ଦ୍ରୀୟ (sixth sence) କ’ଣ କୁହାଯାଏ…

5 hours ago