ଗରିବ ଲୋକଙ୍କ ଟଙ୍କାକୁ ହଡ଼ପ କରିନେଇଛନ୍ତି ପୋଷ୍ଟ ଅଫିସର କର୍ମଚାରୀ, ଅଭିଯୋଗ ଆଣିଲେ ଗ୍ରାମବାସୀ

ଗରିବ ଲୋକଙ୍କ ଟଙ୍କାକୁ ହଡ଼ପ କରିନେଇଛନ୍ତି ପୋଷ୍ଟ ଅଫିସର କର୍ମଚାରୀ । ଏଭଳି ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । କଟକ ଜିଲ୍ଲା ଟାଙ୍ଗି ଚୌଦ୍ୱାର ବ୍ଲକ ମଙ୍ଗରାଜପୁର ପୋଷ୍ଟ ଅଫିସରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ଚୌଦ୍ୱାର (କେନ୍ୟୁଜ): ଛୋଟ ରୁ ବଡ଼ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ପୋଷ୍ଟ ଅଫିସର ନାଁ କୁ ଭଲ ଭାବେ ଜାଣନ୍ତି । ଗ୍ରାମାଞ୍ଚଳରେ ଲୋକମାନଙ୍କୁ ଅର୍ଥନୈତିକ ସୁରକ୍ଷା ଦିଗରେ ପୋଷ୍ଟ ଅଫିସ ଅନେକ ସହାୟତା ପ୍ରଦାନ କରିଥାଏ । ଲୋକମାନେ ନିଜ ପୁଞ୍ଜିକୁ ପୋଷ୍ଟ ଅଫିସରେ ଜମା କରନ୍ତି । ଆଉ ଅସୁବିଧା ସମୟରେ ଜମାପୁଞ୍ଜିରୁ ଅର୍ଥ ବାହାର କରି କାମରେ ଲଗାନ୍ତି । କିନ୍ତୁ ଏ ଗରିବ ଖଟିଖିଆ ଲୋକଙ୍କ ଜମାପୁଞ୍ଜିକୁ ଯଦି ପୋଷ୍ଟ ଅଫିସର କର୍ମଚାରୀ ହିଁ ହଡ଼ପ କରିବେ ତେବେ ଏମାନେ ଯିବେ କୁଆଡ଼େ ? କିଏ ଏମାନଙ୍କ ଟଙ୍କା ଫେରାଇବ ?

ଗରିବ ଲୋକଙ୍କ ଟଙ୍କାକୁ ହଡ଼ପ କରିନେଇଛନ୍ତି ପୋଷ୍ଟ ଅଫିସର କର୍ମଚାରୀ । ଏଭଳି ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । କଟକ ଜିଲ୍ଲା ଟାଙ୍ଗି ଚୌଦ୍ୱାର ବ୍ଲକ ମଙ୍ଗରାଜପୁର ପୋଷ୍ଟ ଅଫିସରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଏହି ଗ୍ରାମରେ ରହିଥିବା ପୋଷ୍ଟ ଅଫିସର ନିକଟରେ ରହୁଥିବା ପ୍ରାୟ ଶତାଧିକ ଲୋକଙ୍କର ରହିଛି ଲକ୍ଷାଧିକ ପୁଞ୍ଜି । ମାତ୍ର ଏହାକୁ ହଡ଼ପ ହୋଇଥିବା ନେଇ ଅଭିଯୋଗ ହୋଇଛି । ପୋଷ୍ଟ ଅଫିସର କର୍ମଚାରୀମାନେ ମିଳିମିଶି ଲୋକମାନଙ୍କ ଜମା ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି । ଏନେଇ ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ । କିନ୍ତୁ କୌଣସି ସଫଳତା ନମିଳିବାରୁ ଅତିଷ୍ଟ ହୋଇ ହିତାଧିକାରୀମାନେ ପୋଷ୍ଟ ମାଷ୍ଟର ଓ ପୋଷ୍ଟ ସେଣ୍ଟ୍ରାଲ ଇନ୍ସପେକ୍ଟର ଇନଚାର୍ଜଙ୍କୁ ଅଟକ ରଖି ଜମା ଟଙ୍କା ଫେରାଇବାକୁ ଦାବି କରିଛନ୍ତି ।

କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ଏଠାରେ ଅର୍ଥ ବିନିଯୋଗ କରାଯାଇଥିଲେ ମଧ୍ୟ ସଂପୃକ୍ତ ପୋଷ୍ଟ କର୍ମଚାରୀ ଓ ଅଫିସରମାନେ ଏଠାରୁ ପ୍ରାୟ ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା କହିଛନ୍ତି ଗ୍ରାମବାସୀ । ପୋଷ୍ଟ ଅଫିସର ଅଧିକାରୀମାନଙ୍କୁ ଗ୍ରାମବାସୀମାନେ ଅଟକ ରଖି ସେମାନଙ୍କ ଜମା ରଖିଥିବା ଟଙ୍କାକୁ ଫେରି ପାଇବା ପାଇଁ ଦାବି କରିଛନ୍ତି । କିନ୍ତୁ ଅନ୍ୟପଟେ ପୋଷ୍ଟ ଅଫିସର ଇନ୍ସପେକ୍ଟର ଇନଚାର୍ଜ ଦାୟିତ୍ୱରେ ଥିବା ବିକାଶ ପରିଡ଼ା କହିଛନ୍ତି ଏହାର ତଦନ୍ତ କରାଯାଉଛି । ତଦନ୍ତ ପରେ ହିଁ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଦେଖିବାକୁ ବାକି ରହିଲା କେବେ ହିତାଧିକାରୀମାନେ ତାଙ୍କ ଜମା ଅର୍ଥ ଫେରି ପାଉଛନ୍ତି ।

 

Leave A Reply

Your email address will not be published.