ବିନା ପାରିଶ୍ରମିକରେ ODRAF ଟିମ୍ ଭଳି ଅମ୍ଫାନର ମୁକାବିଲା କରିଛନ୍ତି ଭଦ୍ରକର ପ୍ରଦେଶ ସେବା ସଂଗଠନ, ଉପଜିଲ୍ଲାପାଳ କଲେ ପ୍ରଶଂସା

ଚାନ୍ଦବାଲି(କେନ୍ୟୁଜ୍): ସେମାନେ ସରକାରୀ ଚାକିରିଆ ନୁହନ୍ତି। କିମ୍ବା ବିପତ୍ତି ସମୟରେ ଲୋକଙ୍କୁ ସାହାଯ୍ୟ କଲେ ମିଳେନାହିଁ କିଛି ପାରିଶ୍ରମିକ। ତଥାପି ଝଡ ତୋଫାନରେ ନିଜ ଜୀବନକୁ ବାଜି ଲଗାଇ ପ୍ରତିଟି ପ୍ରତିକୂଳ ପରିସ୍ଥିତିରେ ଆଗେଇ ଅସନ୍ତି ପ୍ରଭାବିତଙ୍କୁ ସାହାଯ୍ୟ କରିବା ପାଇଁ। ସେମାନେ ହେଉଛନ୍ତି ଭଦ୍ରକ ପିରହାଟାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ପ୍ରଦେଶ ସେବା ସଂଗଠନ।

ମହାବାତ୍ୟା ଭଳି ବିପଦ ସମୟରେ ନିଜ ଜୀବନକୁ ବିପଦରେ ପକାଇ ବିପଦରେ ଥିବା ଲୋକମାନଙ୍କ ପାଖରେ ପହଞ୍ଚି ତାଙ୍କୁ ସାହାଯ୍ୟ କରି ଏବେ ସାରା ଜିଲ୍ଲାରେ ପ୍ରଶଂସାର ପାତ୍ର ହୋଇପାରିଛି ଏହି ସ୍ବେଚ୍ଛାସେବୀ ସଂଗଠନ। ।   ମହାବାତ୍ୟା ଅମ୍ଫନ ପାଇଁ ପ୍ରଶାସନ ଯେତେବେଳେ ଲୋକମାନଙ୍କୁ ସଜାଗ ରହିବାକୁ ଡାକବାଜୀ ଯନ୍ତ୍ର ଦ୍ବାରା ଘନ ଘନ ପ୍ରଚାର କରୁଥିଲା ଠିକ୍ ସେହି ସମୟରେ ପ୍ରଦେଶ ସେବା ସଂଗଠନର ସଦସ୍ୟମାନେ ଗାଁ କୁ ଗାଁ ବୁଲି ଡାକବାଜୀ ଯନ୍ତ୍ର ଦ୍ବାରା ପ୍ରଚାର କରିବା ସହ ଲୋକମାନଙ୍କୁ ମହାବାତ୍ୟାର କିପରି ମୁକାବିଲା କରିବେ ସେଥିପାଇଁ ସଚେତନ କରୁଥିଲେ ।

ସେହିପରି ଯେତେବେଳେ ବାତ୍ୟା ଅମ୍ଫନ ଚାନ୍ଦବାଲି ବ୍ଲକରେ ତାଣ୍ଡବଲୀଳା କରୁଥିଲା ଏହି ସଂଗଠନର କର୍ମକର୍ତ୍ତା ବାହାରେ ରହି ଲୋକମାନଙ୍କ ପାଖରେ ପହଞ୍ଚିବା ସହ ପ୍ରବଳ ପବନ ଯୋଗୁ ଗଛଭାଙ୍ଗି ରାସ୍ତା ଅବରୋଧ ସମୟରେ ଭଙ୍ଗା ଗଛକୁ କାଟି ରାସ୍ତା ସଫା କରିଥିଲେ ।


ତା ସହ ଲୋକମାନଙ୍କୁ ବାତ୍ୟା ସମୟରେ ଶୁଖିଲା ଖାଦ୍ୟ ମଧ୍ୟ ପ୍ରଦାନ କରିଥିଲେ ।ତେଣୁ ସଂଗଠନର ଏପରି କାର‌୍ୟ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି । ଖୋଦ ଭଦ୍ରକ ଉପଜିଲ୍ଲାପାଳ ମଧ୍ୟ ଟୁଇଟ କରି ପ୍ରଦେଶ ସେବା ସଂଗଠନର ଏପରି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.