ସତ ହେଲା ଖଡୀରତ୍ନ ପଞ୍ଜିକାର ଭବିଷ୍ୟବାଣୀ, ଆସୁଛି ମହାବାତ୍ୟା ଭଳି ଭୟଙ୍କର ସାମୁଦ୍ରିକ ଝଡ଼ !

ପୁରୀ:  ଅସଲି ଖଡୀରତ୍ନ ପଞ୍ଜିକା । ଯେଉଁ ପଞ୍ଜିକା ଉପରେ ଥାଏ କୋଟି କୋଟି ଓଡିଆଙ୍କ ଭରସା ଆଉ ବିଶ୍ୱାସ । ତେବେ ସତ ହୋଇଛି ଏହି ପଞ୍ଜିକାରେ ଲେଖାଥିବା ଭବିଷ୍ୟବାଣୀ । ଖଡୀରତ୍ନ ପଞ୍ଜିକାରେ ହୋଇଛି ବାତ୍ୟାକୁ ନେଇ ପୂର୍ବାନୁମାନ। ପଞ୍ଜିକାରେ ରହିଛି ବାତ୍ୟା ସମ୍ପର୍କରେ ସମସ୍ତ ସୂଚନା ।

ଏହି ଅସଲି ଖଡୀରତ୍ନ ପଞ୍ଜିକାର ୧୯୬ ନମ୍ବର ପୃଷ୍ଠା । ଯେଉଁ ପୃଷ୍ଠାରେ ବାତ୍ୟା ସମ୍ପର୍କିତ ରହିଛି ପୂର୍ବ ସୂଚନା । ଦେଖନ୍ତୁ କଣ ଉଲ୍ଲେଖ ରହିଛି ପଞ୍ଜିକାରେ-ଜଳବିଷୁବ ସଂକ୍ରାନ୍ତି ଦାଢ଼ ସଞ୍ଚାର ହେତୁ ହୀନ ଜଳବୃଷ୍ଟି । ବାୟୁମଣ୍ଡଳରେ ଅବସ୍ଥାନ । ଗ୍ରହମାନଙ୍କର ମୁଖ୍ୟତଃ ଚଣ୍ଡା ଓ ଦହନା ନାଡ଼ିରେ ଅବସ୍ଥାନ । ରାଜ୍ୟର ଉପକୂଳ ଜିଲ୍ଲା ପୁରୀ କଟକ ଗୋପାଳପୁର କୋଣାର୍କ, ଅସ୍ତରଙ୍ଗ, ଯାଜପୁର, ଭୁବନେଶ୍ୱର, ନୟାଗଡ଼, କାକଟପୁର ନିଆଳି ଆଦି ଅଞ୍ଚଳରେ ଘୂର୍ଣ୍ଣିବାତ୍ୟା, ପ୍ରଚଣ୍ଡ ବାୟୁପ୍ରବାହ ସହ ସାମୁଦ୍ରିକ ଝଡ଼ ମହାବାତ୍ୟା ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ବୋଲି ଉଲ୍ଲେଖ ରହିଛି ।

ପୁଣି ନିର୍ଦ୍ଦିଷ୍ଟ ତାରିଖ ମଧ୍ୟ ଦିଆଯାଇଛି । ଅକ୍ଟୋବର ୧୭ ତାରିଖରୁ ୨୩ ତାରିଖ, ଅକ୍ଟୋବର ୨୬ରୁ ୩୦ ତାରିଖ ଏବଂ ନଭେମ୍ବର ୫ରୁ ୯ ତାରିଖ ମଧ୍ୟରେ ଏଭଳି କିଛି ଘଟିବ । ପୁଣି ନଭେମ୍ବର ୧୧ରୁ ୧୫ ତାରିଖ ମଧ୍ୟରେ ପ୍ରଚଣ୍ଡ ବାୟୁ ପ୍ରବାହ, ସାମୁଦ୍ରିକ ଝଡ଼, ସମୁଦ୍ରରେ ଲଘୁଚାପ ଜନିତ ଜୁଆର ତଥା ବନ୍ୟା ବିତ୍ପାତ ହେବାର ଆଶଙ୍କା ରହିଛି । ଏହା ଦ୍ଵାରା ବ୍ୟାପକ ଭାବେ ଧନଜୀବନ ପ୍ରଭାବିତ ହେବ । ଚଳିତ ମାସ ଠାରୁ ଅନୁଭୂତ ହେବ ଶୀତ ।

ଏପଟେ ଚଳିତ ପୁରୀ ରଥଯାତ୍ରାରେ ପହଣ୍ଡି ବେଳେ ରଥରୁ ଖସି ପଡ଼ିଥିଲେ ବଡଠାକୁର ପ୍ରଭୁ ବଳଭଦ୍ର । ଏଭଳି ଘଟଣା ପରେ କୌଣସି ମହା ଅନିଷ୍ଟର ପୂର୍ବ ସଂକେତ ବୋଲି ଚର୍ଚ୍ଚା ଜୋର୍ ଧରିଥିଲା  । ବଡ଼ ଠାକୁର ତଳେ ପଡ଼ିଗଲେ ଏଭଳି କିଛି ବିପଦ ମାଡ଼ି ଆସିଥାଏ ବୋଲି ନିଳାଦ୍ରୀ ମହୋଦୟଃ ଗ୍ରନ୍ଥରେ ବି ବହୁବର୍ଷ ପୂର୍ବରୁ ଲେଖା ହୋଇରହିଛି । ଯାହା ଏହିସବୁ ବିପଦକୁ ଇସାରା କରୁନିତ ? ଆଗକୁ ରାଜ୍ୟ, ଦେଶ ଏବଂ ସାରା ବିଶ୍ୱ ପାଇଁ ଅନେକ ବିପଦ ମାଡ଼ି ଆସୁନି ତ? ତେଣୁ ଏସବୁ ବିପଦରୁ ରକ୍ଷା ପାଇବା ପାଇଁ ଏବେ ସମସ୍ତେ ମହାପ୍ରଭୁଙ୍କୁ ଗୁହାରି କରୁଛନ୍ତି । ପୁରୀ ଶ୍ରୀକ୍ଷେତ୍ର ଉପରେ ବିପଦ ଆସିଲେ ପୁରା ବିଶ୍ୱ ଉପରେ ବିପଦ ଆସେ । ଯାହା ଏବେ ସାରା ରାଜ୍ୟବାସୀଙ୍କୁ ଭୟଭୀତ କରିଦେଇଛି ।

ତେବେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଅଶାନ୍ତ ହେଲାଣି ପୁରୀ ସମୁଦ୍ର । ସାଇରନ ଦେଇ ଲାଇଫ ଗାର୍ଡ ମାନେ ପର୍ଯ୍ୟଟକଙ୍କୁ ସମୁଦ୍ର ମଧ୍ୟକୁ ନଯିବା ଲାଗି କରୁଛନ୍ତି ବାରଣ । ଆଉ କିଛି ସମୟ ମଧ୍ୟରେ ସମୁଦ୍ରରେ ଗାଧୋଇବା ସମ୍ପୂର୍ଣ୍ଣ ବାରଣ କରାଯିବ ।ସେପଟେ ବାତ୍ୟା ଖବର ଶୁଣି ଆଶା ଆଶଙ୍କାରେ ରାଜ୍ୟବାସୀ । ଗୋଟେ ପଟେ ଅସଲି ଖଡୀରତ୍ନ ପଞ୍ଜିକାର ଭବିଷ୍ୟବାଣୀକୁ ଅନ୍ୟପଟେ ବଡଠାକୁରଙ୍କ କୋପ । କଣ ହେବ କିଛି ବି କହି ହେବ ନାହିଁ ।  ତେବେ ଏହି ସାମୁଦ୍ରିକ ଝଡ଼ ‘ଦାନା’ ମହାବାତ୍ୟା ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ନା ମହାପ୍ରଭୁଙ୍କ କୃପାରୁ ଅଳ୍ପକେ ବିଦପ ଟଳିବ ତାହା ସମୟ କହିବ ।

 

You might also like